ନୂଆଦିଲ୍ଲୀ: ମହାମାରୀ କରୋନା ମିକାବିଲା ପାଇଁ ଭାରତ ଏକ ବିଶ୍ୱ ମହାମାରୀ । ୧୬୦ କୋଟି ଟିକା କିଣିଛି । ତେବେ ଏହି ଟିକାଗୁଡ଼ିକ କୌଣସି ଗୋଟିଏ କମ୍ପାନୀର ନୁହେଁ । ୩ଟି କମ୍ପାନୀର ଟିକା କିଣାଯାଇଛି । ୧୬୦ କୋଟି ଟିକା ୮୦ କୋଟି ଲୋକଙ୍କୁ ପ୍ରଦାନ କରାଯିବ, ଯାହାଦ୍ୱାରା ଦେଶର ୬୦ ପ୍ରତିଶତ ଲୋକଙ୍କୁ ସୁଫଳ ମିଳିପାରିବ । ଗୋଷ୍ଠୀ ସ୍ତରରେ ରୋଗପ୍ରତିରୋଧକ ଶକ୍ତି ବିକଶିତ କରିବାରେ ଏହି ପରିମାଣର ଟିକା ଯଥେଷ୍ଟ ବୋଲି ବୈଜ୍ଞାନିକମାନେ କହିଛନ୍ତି । ୬୦% ଲୋକଙ୍କୁ ଟିକା ଦିଆଯିବା ଫଳରେ ସେମାନଙ୍କ ଶରୀରରେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ । ଭାରତ କିଣିଥିବା ଟିକା ମଧ୍ୟରୁ ୫୦ କୋଟି ଟିକା ଅକ୍ସଫର୍ଡ ୟୁନିଭର୍ସିଟିର ଆଷ୍ଟ୍ରଜେନେକା ଭାକ୍ସିନ ରହିଛି । ଆମେରିକୀୟ କମ୍ପାନୀ ନୋଭାଭାକ୍ସଠାରୁ ୧୦୦ କୋଟି ଟିକା କିଣିଛି । ରୁଷର ଗାମାଲେୟାର ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ ଦ୍ୱାରା ପ୍ରସ୍ତୁତ ସ୍ଫୁଟନିକ୍ ଭି ଟିକାରୁ ୧୦ କୋଟି କିଣାଯାଇଛି । ଆମେରିକାସ୍ଥିତ ଡୁ୍ୟକ୍ ୟୁନିଭର୍ସିଟି ଗ୍ଲୋବାଲ୍ ହେଲ୍ଥ ଇନୋଭେଶନ ସେଂଟର ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଭାରତ ୩ଟି କମ୍ପାନୀର ଟିକା କ୍ରୟ କରିଥିବା ବେଳେ ଆମେରିକା ଏବଂ ୟୁରୋପିୟନ ୟୁନିୟନ ୬ ପ୍ରକାର ଟିକା କିଣିଛନ୍ତି ।
ତେବେ ଭାରତ ବିଶ୍ୱର ସବୁଠାରୁ ଅଧିକ ଟିକା କ୍ରୟ କରୁଥିବା ଦେଶ ବୋଲି ତଥ୍ୟରୁ ଜଣାପଡ଼ିଛି । ଏହା ପଛକୁ ରହିଛି ୟୁରୋପୀୟ ସଂଘ, ଯାହା ୧୫୮ କୋଟି ଟିକା କିଣିଛି । ସେହିପରି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ୧୦୦ କୋଟି ଟିକା କିଣିଛି । ଜଣାଶୁଣା ଭାଇରୋଲୋଜିଷ୍ଟ ଶାହିଦ ଜମାଲ କହିଛନ୍ତି, ଭାରତ ଦ୍ୱାରା ବୁକିଂ ହୋଇଥିବା ସମସ୍ତଟିକା ଭାରତୀୟ କମ୍ପାନୀ ଗୁଡିକ ଦ୍ୱାରା ପ୍ରସ୍ତୁତ ହୋଇଛି । ସେଥିରୁ ଅକ୍ସଫୋର୍ଡ-ଆଷ୍ଟେ୍ରାଜେନେକା ଏବଂ ନୋଭାଭାକ୍ସକୁ ପୁଣେସ୍ଥିତ ସେରମ ଇନ୍ଷ୍ଟିଚୁ୍ୟଟ୍ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ସ୍ଫୁଟନିକ୍ ଭି ହାଇଦ୍ରାବାଦସ୍ଥିତ ଡକ୍ଟର ରେଡ୍ଡୀ’ ଲାବରେଟୋରୀ ଦ୍ୱାରା ତିଆରି ହୋଇଛି ।