ଉପବାସରେ ବସିଲେ ଆନ୍ନା ହାଜାରେ

ନୂଆଦିଲ୍ଲୀ: ଚାଷୀ ଆନେ୍ଦାଳନକୁ ସମର୍ଥନ କରି ଦିନିକିଆ ଉପବାସରେ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହାଜାରେ । ଆଜି ସେ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ଏହି ଆନେ୍ଦାଳନ ସମଗ୍ର ଦେଶରେ ବ୍ୟାପିବା ଉଚିତ୍ । ଏମିତି ହେଲେ ସରକାର ଚାଷୀଙ୍କ ସ୍ୱାର୍ଥରେ ଆଇନ ତିଆରି କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି । ସ୍ୱାମୀନାଥନ କମିଟିର ସୁପାରିଶ କ୍ରମେ ସେଂଟର ଫଳ ଅଗ୍ରିକଲଚୁରାଲ କଷ୍ଟ ଆଣ୍ଡ ପ୍ରାଇସେସ (ସିଏସିପି) କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଆନ୍ନା କହିଛନ୍ତି । ପୂର୍ବରୁ ସରକାର ଏହି ଦାବି ପୂରଣ କରିବେ ବୋଳି କହିଥିଳେ । ହେଲେ ଏଯାଏ ନିଜ ପ୍ରତିଶ୍ରୁତି ପାଳନ କରୁନାହାନ୍ତି ବୋଲି ଆନ୍ନା କହିଛନ୍ତି ।
ଦିଲ୍ଲୀ ସୀମାରେ ଆନେ୍ଦାଳନରେ ବସିଥିବା ଚାଷୀଙ୍କ କାର୍ଯ୍ୟକୁ ମଧ୍ୟ ଆନ୍ନା ହାଜାରେ ପ୍ରଶଂସା କରିଛନ୍ତି । ଗତ ଦଶ ଦିନ ମଧ୍ୟରେ କୌଣସି ହିଂସା ହୋଇନାହିଁ । ସେଥିପାଇଁ ସେ ଚାଷୀଙ୍କୁ ପ୍ରଶଂସା କରିଛନ୍ତି । ଶାନ୍ତିପୂର୍ଣ୍ଣ ଭାବରେ ଧାରଣାହ ଦେବାକୁ ସେ ଆହ୍ୱାନ କରିଛନ୍ତି । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାଓଁ ସିଦ୍ଧ ଗ୍ରାମରେ ଉପବାସ କରିଛନ୍ତି ଆନ୍ନା ହାଜାରେ । ସେ କହିଛନ୍ତି ଚାଷୀ ରାସ୍ତାରେ ବସିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏହା ହେଉଛି ପ୍ରକୃÂ ସମୟ । ପୂର୍ବରୁ ମଧ୍ୟ ଏହି କାରଣକୁ ସମର୍ଥନ କରିଥିଲି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ ତାଙ୍କ ବାର୍ତାରେ କହିଛନ୍ତି ।

Leave A Reply

Your email address will not be published.

nine + six =