ପୁଣି ଲଜ୍ଜା: ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଂଚି: ଝାଡଖଣ୍ଡର ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଥାନା ଅଂଚଳର ଏକ ଗାଁରେ ୫ଟି ପିଲା ଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୧୭ ଜଣ ଦୁର୍ବୁତ ଏଭଳି କାଣ୍ଡ କରିଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାନୁଯାୟୀ, ପ୍ରତି ମଙ୍ଗଳବାର ପୀଡିତାଙ୍କ ଗାଁରେ ଏକ ବଜାର ଖୋଲାଯାଏ । ସେହି ବଜାରରୁ ମହିଳା ଜଣଙ୍କ ରାତି ୮ଟା ସମୟରେ ନିଜ ସ୍ୱାମୀ ସହ ଫେରୁଥିବା ସମୟରେ ୧୭ଜଣ ମଦ୍ୟପ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ । ଏହାରେ ତାଙ୍କ ସ୍ୱାମୀଙ୍କୁ ବାନ୍ଧି ଦେବାସହ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ।

Leave A Reply

Your email address will not be published.

3 × 4 =