ସ୍କୁଲ ଭିତରେ ୫ଛାତ୍ରୀଙ୍କୁ ଦୁଷ୍କର୍ମ : ପ୍ରଧାନ ଶିକ୍ଷକଙ୍କ ନାରେ ମାମଲା

ତେଲେଙ୍ଗାନା: ଗୁରୁ-ଶିଷ୍ୟ ସମ୍ପର୍କ ପବିତ୍ର । କିନ୍ତୁ ଏବେ କା ସମୟରେ ଅଧିକାଂଶ କ୍ଷେତ୍ରରେ ଏହାକୁ କଳଙ୍କିତ କିଛି ଶିକ୍ଷକ । ସେମାନଙ୍କ ପାଇଁ ଏହି ସମ୍ପର୍କରେ ଦାଗ ଲାଗିଯାଉଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ୫ ଜଣ ଛାତ୍ରୀଙ୍କୁ ସ୍କୁଲ ଭିତରେ ବାରମ୍ବାର ଦୁଷ୍କର୍ମ କରିବା ଭଳି ଚାଂଚଲ୍ୟକର ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଏହି ଘଟଣା ଘଟିଛି । ଘଟଣାଟି ସମ୍ନାକୁ ଆସିବା ପରେ ପୁଲିସ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।୪୦ ବର୍ଷୀୟ ଏହି ପ୍ରଧାନ ଶିକ୍ଷକ ସ୍କୁଲ ପରିସରରେ ୭ରୁ ୧୧ ବର୍ଷର ୫ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି ଗତ ଅଗଷ୍ଟରୁ ବାରମ୍ବାର ସେ ଏପରି ଘୃଣ୍ୟ କାର୍ଯ୍ୟ କରିଆସୁଥିଲେ ବୋଲି ୁଲିସ କହିଛି । ଏପରି ଦୁଷ୍କର୍ମ କରିବା ପୂର୍ବରୁ ସେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ । ଦୁଷ୍କର୍ମ ପରେ ଏ ବିଷୟରେ କାହାକୁ ନ କହିବା ପାଇଁ ଧମକ ଦେଉଥିଲେ । କିନ୍ତୁ ନିକଟରେ ୨ୟ ଶ୍ରେଣୀରେ ପଡୁଥିବା ଜଣେ ୭ବର୍ଷୀୟ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବାରୁ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରେ ସେ ତାଙ୍କ ମା’ଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲେ । ଏ ନେଇ ପୁଲିସ ନିକଟରେ ଅଭିଯୋଗ କରାଯିବ ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ , ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ଏହି ଜଣେ ଛାତ୍ରୀ ନୁହେଁ , ବରଂ ୫ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଆସୁଥିଲେ ବୋଲି ଲକ୍ଷ୍ମୀଦେବପାଲ୍ଲୀ ଥାନା ଏଆଇ ଅଞ୍ଜୟା କହିଛନ୍ତି । ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆଇପିସି ଦଫା ୩୭୬ ଏବଂ ପୋକସୋ ଆଇନ ଅନୁସାରେ ମାମଲା ରୁଜୁ କରିଛି ପୁଲିସ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏଯାଏ ଧରାପଡିଛି ।

Leave A Reply

Your email address will not be published.

12 − three =