ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ପାରାଦୀପ ବନ୍ଦର ନବୀକରଣ ଓ ବିଶ୍ୱସ୍ତରୀୟ ପ୍ରସ୍ତାବ ଗୃହିତ ହୋଇଛି ।
ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡୀଭିୟ କହିଛନ୍ତି ଯେ, ପାରାଦ୍ୱୀପ ବନ୍ଦର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ହଜାର କୋଟି ଟଙ୍କା ବ୍ୟୟ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟନ୍ଡଗ୍ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, କମ୍ ସମୟରେ ଅଧିକ ମାଲ୍ ପରିବହନ ପାଇଁ ବଡ ଜାହାଜ ନିର୍ମାଣ ଚାଲିଛି । ସେ ସବୁ ଜାହାଜ ପାରାଦ୍ୱୀପ ବନ୍ଦର ଡଗ୍ ଭିତରକୁ ଆସିପାରୁନି । ବଡ ଜାହାଜ ଆସିବାକୁ ହେଲେ ବଡ ବନ୍ଦର ଓ ବଡ ଡଗ୍ ଦରକାର । ପାରାଦ୍ୱୀପ ବନ୍ଦର ବିଶ୍ୱସ୍ତରୀୟ ହେବା ପରେ ବଡ ଜାହାଜ ତଥା କେପ୍ ସାଇଜର ଜାହାଜ ଆସି ପାରିବ । ପିପିପି ମୋଡରେ ପାରାଦ୍ୱୀପ ବନ୍ଦର ବିକାଶ ହେବ ବୋଲି ମନ୍ତ୍ରୀ ମଣ୍ଡଭିୟ କହିଛନ୍ତି ।