ପାହାଡ ଉପରେ ବିବାହ ପ୍ରସ୍ତାବ: ଖୁସିରେ ଗଳି ପଡିଲେ ପ୍ରେମିକା ଓ ଡେଇଁ ପଡିଲେ ପ୍ରେମିକ


ନୂଆଦିଲ୍ଲୀ: ଜୀବନର ଏକ ସୁନ୍ଦର ମୂହୁର୍ତ ହେଉଛି ପ୍ରପୋଜ କରିବ । ଏହି ମୁହୂର୍ତକୁ ସମସ୍ତେ ସ୍ମରଣୀୟ ଏବଂ ନିଆରା କରିବାକୁ ଚାହାନ୍ତି । ଏଥିପାଇଁ କିଏ ନିଜ ପ୍ରେମିକା ପାଇଁ ଡେଷ୍ଟିନେସନ ପ୍ଲେସ ଖୋଜେ ତ ଆଉ କିଏ ସମୂଦ୍ର କୂଳ । ସମସ୍ତେ କିଛି ନା କିଛି ପ୍ଲାନ କରନ୍ତି । ନିକଟରେ ଏଭଳି ହିଁ ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ୬୫୦ ଫୁଟ ଉଚ୍ଚା ପାହାଡ ଉପରକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଏହି ପ୍ରେମି ଯୁଗଳଙ୍କ ସହ ଯାହା ସବୁ ଘଟିଲା, ତାକୁ ଶୁଣିଲେ ଯେକେହିବି ଚକିତ ହୋଇଯିବେ । ଡିସେମ୍ବର ୨୩ ତାରିଖ ଦିନ ଅଷ୍ଟ୍ରିଆର ପଲକର୍ଟ ପାହାଡ ଉପରକୁ ରୋମାଂଟିକୁ ମୁହୂର୍ତ ବିତାଇବାକୁ ଯାଇଥିଲେ ଜଣେ ପ୍ରେମି ଯୁଗଳ । ଏହି ସମୟରେ ୨୭ ବର୍ଷୀୟ ବୟଫ୍ରେଣ୍ଡ ଜଣକ ନିଜ ୩୨ ବର୍ଷୀୟ ଗାର୍ଲଫ୍ରେଣ୍ଡଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ପ୍ରେମିକା ଏହାର ଜବାବରେ ଯେମିତି ହିଁ’ କରିଛନ୍ତି ସେତେବେଳେ ହିଁ ଅଚାନକ ତାଙ୍କ ଗୋଡ ଖସିଯାଇଥିଲା । ଏବଂ ସେ ୬୫୦ ଫୁଟ ଉଚ୍ଚା ପାହାଡ ଉପରୁ ତଳକୁ ଗଳି ପଡିଥିଲେ । ନିଜ ପ୍ରେମିକାକୁ ପାହାଡ ଉପରୁ ତଳକୁ ଖସି ପଡିବା ଦେଖି ତାଙ୍କୁ ବଂଚାଇବା ପାଇଁ ଯୁବକ ଜଣକ ମଧ୍ୟ ତାଙ୍କ ସହ ଡେଇଁ ପଡିଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେ ୫୦ ଫୁଟ ତଳକୁ ଖସି ଏକ ପଥର କୋଣରେ ଚାପି ହୋଇ ରହିଯାଇଥିଲେ । ଫଳରେ ଆଉ ତଳକୁ ଯାଇପାରି ନଥିଲେ । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ସୌଭାଜଗ୍ୟବଶତଃ ଏତେ ଉପରୁ ଖସି ମଧ୍ୟ ଦୁଇ ଜଣ ପ୍ରେମୀ ଯୁଗଳ ଜୀବିତ ଅଛନ୍ତି । ୩୨ ବର୍ଷୀୟ ଯୁବତୀ ଜଣକ ୬୫୦ ଫୁଟ ଉପରୁ ଖସି ବରଫ ଚାଦର ଉପରେ ପଡିବା ଯୋଗୁଁ ତାଙ୍କ ଜୀବନ ବଂଚି ଯାଇଛି । ଦୁହିଁଙ୍କୁ କେବଳ ଆଘାତ ଲାଗିଛି । ସୂଚନା ଯୋଗ୍ୟ ଯେ, ଏହି ଦୁର୍ଘଟଣା ଘଟିବା ପରେ ଯୁବତୀ ଜଣକ ପାହାଡ ତଳେ ବରଫ ଚାଦର ଉପରେ ପଡିଥିଲେ । ଏହି ସମୟରେ ଜଣେ ପଥଚାରୀ ଯୁବତୀଙ୍କୁ ଦେଖି ପ୍ରଶାସନକୁ ଖବର ଦେଇଥିଲେ । ପରେ ତାଙ୍କୁ ସେଠାରୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

Leave A Reply

Your email address will not be published.

five × three =