ନୂଆବର୍ଷରେ ରାଜସ୍ଥାନ: ବିକ୍ରି ହୋଇଛି ୭୦ କୋଟିର ମଦ


ଜୟପୁର: ସାରା ଦେଶ ସହିତ ରାଜସ୍ଥାନରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଯଦିଓ ରାଜ୍ୟରେ ସଂକ୍ରମଣର ମାତ୍ରା କମ୍, ତଥାପି ମଧ୍ୟ ବିପଦ ଟଳିନାହିଁ । କରୋନା ଯୋଗୁଁ, ଗତ ବର୍ଷ ପର୍ବପର୍ବାଣୀ ଏବଂ ଉସôବ ଉପରେ ବଡ଼ ପ୍ରଭାବ ପଡିଥିବାବେଳେ ଚଳିତ ବର୍ଷ ନୂଆବର୍ଷ ଉସôବ ମଧ୍ୟ ଫିକା ପଡିଯାଇଛି । ନୂଆ ବର୍ଷ ଅବସରରେ ସରକାର ସମସ୍ତ ହୋଟେଲ, ରେଷ୍ଟୁରାଂଟ ଏବଂ ଫାର୍ମ ହାଉସରେ ପାର୍ଟି ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଏହା ସତ୍ୱେ ୩୧ ଡିସେମ୍ବରରେ ରାଜ୍ୟରେ ଭଲ ମଦ ବିକ୍ରି ହୋଇଥିଲା । ୩୧ ଡିସେମ୍ବରର ପାର୍ଟି ଏବଂ ଉସôବ ଉପରେ ସମ୍ପୂର୍ଣ୍ଣ କଟକଣା ସତ୍ୱେ, ଏତେ ପରିମାଣରେ ମଦବିକ୍ରି ହେବା ଆଶ୍ଚର୍ଯ୍ୟଜନକ କଥା । ଯେତେବେଳେ ରାଜ୍ୟର ସମସ୍ତ ମଦ ଦୋକାନ ରାତି ୮ଟା ପୂର୍ବରୁ ବନ୍ଦ ହୋଇଥିଲା, ତଥାପି ଏତେ ମଦ ବିକ୍ରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ପରିସ୍ଥିତିରେ ଅବକାରୀ ବିଭାଗ ମଧ୍ୟ ଆଶା କରୁ ନଥିଲା ଯେ ଏଭଳି ପରିମାଣର ମଦ ବିକ୍ରି ହେବ ଏବଂ ରାଜସ୍ୱ ମିଳିବ । ରାଜସ୍ଥାନରେ ଏଥର ୩୧ ଡିସେମ୍ବରର ଦିନ ପ୍ରାୟ ୭୦ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା । ଅବଶ୍ୟ, ଏହା ପୂର୍ବ ବର୍ଷ ୩୧ ଡିସେମ୍ବର ୨୦୧୯ ତୁଳନାରେ ୩୦% କମ୍ । କରୋନା ସମୟ ଏବଂ ରତିର କର୍ଫୁ୍ୟ ଯୋଗୁଁ ଏଥର ରାଜସ୍ଥାନକୁ ଘରୋଇ ତଥା ବିଦେଶୀ ପର୍ଯ୍ୟଟକ ଆସି ନାହାଁନ୍ତି । ଯେଉଁମାନେ ଆସିଥିଲେ ସେମାନେ ମଧ୍ୟ ରାତିରେ କର୍ଫୁ୍ୟ କାରଣରୁ ସେମାନଙ୍କ ଯୋଜନା ବାତିଲ କରି ନିଜ ଘରକୁ ଫେରିଥିଲେ । ରାଜ୍ୟରେ ନୂଆ ବର୍ଷ ପାଳନ କରିବାକୁ ହଜାର ହଜାର ଲୋକ ଆସିଥାନ୍ତି । ପର୍ଯ୍ୟଟକଙ୍କ ଯୋଗୁଁ ହୋଟେଲ, ରେଷ୍ଟୁରାଂଟ ଏବଂ ବାରରେ ମଦ ବିକ୍ରି ସାଧାରଣ ଦିନ ତୁଳନାରେ ୩୧ ଦିନ ବୃଦ୍ଧି ପାଇଥା. କିନ୍ତୁ ଏଥର ତାହା ଦେଖାଗଲା ନାହିଁ । ତେବେ ୨୦୧୯ରେ, ୩୧ ଡିସେମ୍ବର ୨୦୧୯ ରାତି ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୧୦୪ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା ।

Leave A Reply

Your email address will not be published.

three × 2 =