ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ : ସଞ୍ଜୟ ଲେକ୍ ପାର୍କ’ରେ ପକ୍ଷୀ ହତ୍ୟା

ନୂଆଦିଲ୍ଲୀ: ଦିଳ୍ଲୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପସ୍ୱରୂପ,ଆଜି ଠାରୁ ସଞ୍ଜୟ ଲେକ ପାର୍କରେ ଗଣପକ୍ଷୀ ସଂହାର ଆରମ୍ଭ ହୋଇଛି । ଏହାଛଡା, ଏହି ଲେକ୍କୁ ଆଲର୍ଟ ଜୋନ୍’ ଭାବେ ଘୋଷଣା କରାଯାଇଛି । ମୟୁର ବିହାର ଫେଜ୍ ୩ରୁ ଚାରିଟି ଏବଂ ସଞ୍ଜୟ ଲେକ୍ରୁ ତିନିଟି ଏବଂ ଦ୍ୱାରକାରୁ ସଂଗୃହୀତ ଗୋଟିଏ ନମୁନାକୁ ମିଶାଇ ସମୁଦାୟ ୮ଟି ନମୁନା ଏଭିଏନ୍ ଇନ୍ଫ୍ଲୁଏଞ୍ଜା’ ପଜିଟିଭ୍ ଆସିଥିବା କଥା ବିକାଶ ବିଭାଗର ପ୍ରାଣୀପାଳନ ୟୁନିଟ୍ର ଡାକ୍ତର ରାକେଶ ସିଂହ କହିଛନ୍ତି ।
ଏହାଛଡା ଜଳନ୍ଧରରେ ଥିବା ପରୀକ୍ଷାଗାରକୁ ପଠା ଯାଇଥିବା ଆଉ କେତୋଟି ନମୁନାର ଫଳାଫଳ ଆସିବାକୁ ବାକିଅଛି ବୋଲି ଡାକ୍ତର ସିଂହ କହିଛନ୍ତି ।
ପୂର୍ବରୁ ସରକାରୀ ଅଧିକାରୀମାନେ କହିଥିଲେ ଯେ, ତିନି ଚାରି ଦିନ ମଧ୍ୟରେ ମୟୁର ବିହାର ଫେଜ୍ ୩ରେ ଥିବା ସେଂଟ୍ରାଲ ପାର୍କରେ ୫୦ଟି କାଉ ମରିଥିବା କଥା କହିଥିଲେ । ନିକଟ ଅତୀତରେ ସଞ୍ଜୟ ଲେକ୍ରେ ମଧ୍ୟ ୧୦ଟି ବତକ ମରିଥିଲେ ।
ସେହିଭଳି ତିନିଦିନ ତଳେ ପର୍ଭାନି ଜିଲ୍ଲାର ମୁରୁମ୍ବା ଗ୍ରାମରେ ୮୦୦ କୁକୁଡା ମରିବା ପରେ ମହାରାଷ୍ଟ୍ରରେ ମଧ୍ୟ ବାର୍ଡ ଫ୍ଲୁ କଥା ସରକାର ସୁନିଶ୍ଚିତ କରି କହିଛନ୍ତି । ମୃତ କୁକୁଡାମାନଙ୍କର ନମୁନା ପରୀକ୍ଷା ନିମନ୍ତେ ନ୍ୟାସନାଲ୍ ଲାବ୍ରୋଟରି କୁ ପଠାଯାଇଥିଲା । ଏହାକୁ ମିଶାଇ ଦେଶରେ ସମୁଦାୟ ୯ଟି ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିବା କଥା ଜଣାପଡିଛି ।

Leave A Reply

Your email address will not be published.

nineteen − two =