ବିରଜା ମନ୍ଦିର ସେବାୟତଙ୍କ କରୋନା ଯୋଦ୍ଧାଙ୍କୁ ସମ୍ମାନ

ଯାଜପୁର ତା୩୧/୦୫ (ନି.ପ୍ର) : ମହାମାରୀ କରୋନା ଯୁଦ୍ଧର ପ୍ରମୁଖ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିରଜା ମନ୍ଦିର ସେବାୟତ ପରିଷଦ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁକ୍ତି ମଣ୍ଡପ ସେବାୟତ ପରିଷଦର ସଭାପତି ଦେବୀ ପ୍ରସାଦ ପାଣିଙ୍କ ନେତୃତ୍ୱରେ ବିରଜା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ସଂଗୀତ ଗାନ କାର୍ଯ୍ୟକ୍ରମରେ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବା ସହ ମହାମାରୀ କରୋନାରେ ଅଗ୍ରଣୀ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହୋଇଥିବା ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ତଥା ଡ଼ାକ୍ତର, ନର୍ସ, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ପୁଲିସ ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଉସôର୍ଗୀକୃତ ମନୋଭାବକୁ ଉଚ୍ଚ ପ୍ରଂଶସା କରିଥିଲେ । ଘର ପରିବାର କଥା ଭୁଲି ଦେଶବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ନିଜ କର୍ତବ୍ୟ ସଂପାଦନ କରୁଥିବାରୁ ସେମାନେ ପ୍ରକୃତ ଯୋଦ୍ଧା ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ସାରା ବିଶ୍ୱରୁ କରୋନା ମହାମାରୀ ଦୂର ପାଇଁ ମା’ ବିରଜାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେହିପରି ଜିପିସି କ୍ଲବର ସଭ୍ୟବୃନ୍ଦ, ପୂର୍ବତନ କାଉଁସିଲର, ଯୁବବର୍ଗ, ସମାଜସେବୀ, ବରିଷ୍ଠ ନାଗରିକ ବୃନ୍ଦ ଅପରାହ୍ନ ୫ଟା ୩୦ ମିନିଟରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାରେ ସାମିଲ ଥିବା ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଏମାନଙ୍କର ଜାତୀୟ ଗାନରେ ମନ୍ଦିର ପରିପାଶ୍ୱର୍ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଜାତୀୟତା ଉଦବୋଧ ହେବା ସହ କରୋନାକୁ ହଟାଇବା ପାଇଁ ସମସ୍ତେ ବଦ୍ଧ ପରିକର ହୋଇଥିଲେ । ସେହିପରି ଯାହାନପୁର ପଂଚାୟତର ସରପଂଚ ସୁଧାଂଶୁ ଭୂଷଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଜନପ୍ରତିନିଧି, ଯୁବବର୍ଗ, ସ୍ୱେଛାସେବୀ ଓ ବରିଷ୍ଠ ନାଗରିକ ମାନେ ମିରିଚାନ୍ଦପୁର ଛକର ପେଟ୍ରୋଲ ପମ୍ପଠାରେ ଏକତ୍ରିତ ହୋଇ ବନ୍ଦେ ଉତ୍କଳ ଜନନୀ ଗାଇ କରୋନା ଯୋଦ୍ଧାକୁ ସମ୍ମାନୀତ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.

nineteen − nine =