କରୋନା ସଂକ୍ରମଣକୁ ବର୍ଷେ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଆଜି ୧ ବର୍ଷ ପୁରିଛି । ଗତ ବର୍ଷ ଜାନୁଆରୀ ୩୦ ତାରିଖ ଦିନ ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଚୀନ୍ର ଉହାନ୍ରୁ ଫେରିଥିବା କେରଳର ଜଣେ ଛାତ୍ରୀ କରୋନା ସଂକ୍ରମିତ ଥିବା ନମୁନା ପରୀକ୍ଷାରୁ ଜଣାପଡିôଥଲା । ଗତବଷ ଜାନୁଆରୀ ୩୦ରୁ ଆଜି ସୁଦ୍ଧା ଦେଶରେ କୋଟିଏରୁ ଉଦ୍ଧ୍ୱର୍ ଲୋକ କରୋନା ସଂକ୍ରମଣ ହୋଇଥିଲା ବେଳେ ଦେଢଲକ୍ଷରୁ ଲୋକଙ୍କର ଜୀବନ ନେଇଛି କରୋନା ।କେବଳ ଏତିକି ନୁହେଁ କରୋନା ଭୂତାଣୁ ସଂକ୍ରମଣ ଦେଶର ଅର୍ଥନୈତିକକୁ ବିପର୍ଯ୍ୟସ୍ଥ କରିଦେଇଥିଲା ବେଳେ ଲକ୍ଷ୍ୟ ଲକ୍ଷ୍ୟ ପରିବାରର ଜୀବନ ଜିବିକା ବ୍ୟହତ କରିଦେଇଛି ।
ଗତବର୍ଷ ଜାନୁଆରୀ ୩୦ତାରିଖ ଦିନ ଦେଶରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଫେବୃଆରୀ ମାସରେ ଆକ୍ରାନ୍ତଙ୍କ ସଂଖା ୧ଅଙ୍କରେ ସୀମିତ ରହିଥିଲା । ମାତ୍ର ମାର୍ଚ୍ଚ ମାସ ୪ତାରିଖରେ ଦେଶରେ ଆକ୍ରାନ୍ତଙ୍କ ୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଦିଲ୍ଲୀରେ ତବଲିଘ୍ ଜମାତର ସମ୍ମିଳନୀ ସୁପରସ୍ପେ୍ରଡର ଭାବେ ଉଭା ହୋଇଥିଲା । ମାର୍ଚ୍ଚ ୧୨ ତାରିଖ ଦିନ ଦେଶରେ ପ୍ରଥମ କରୋନା ମୃତୁ୍ୟ ଘଟିଥିଲା । ତେବେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରେ ଲକ୍ଡାଉନ୍ ଘୋଷଣା କରିଥିଲେ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶରେ କରୋନା ୪୭ଜଣଙ୍କର ଜୀବନ ନେଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଥିଲା । ତେବେ ଏପ୍ରିଲ ମାସରେ ସଂକ୍ରମତିଙ୍କ ସଂଖ୍ୟା ୨୮୬୬କୁ ବୃଦ୍ଧି ପାଇଥିଲା ବେଳେ ମୃତକଙ୍କ ସଂଖ୍ୟା ୧୦୭୫କୁ ବଢିଥିଲା । ଲକ୍ଡାଉନ୍ ସତ୍ୱେ ମେ ମାସରେ ଦୈନିକ ୬ରୁ ୭ହଜାର ଆକ୍ରାନ୍ତଙ୍କ ସଂଖ୍ୟା ହୋଇଥିଲା ବେଳେ ମେ’ ୧୯ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା । ଅଗଷ୍ଟ ଦୈନିକ ସଂକ୍ରମଣ ସଂଖ୍ୟା ୫୦ହଜାରରୁ ୮୦ହଜାର ପାଖାପାଖି ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ୮ଶହରୁ ୯ଶହ ମଧ୍ୟରେ ରହିଥିଲା । ତେବେ ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ୭୦ ହଜାରରୁ ୧ଲକ୍ଷ ପାଖାପାଖି ଥିଲା । ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସଂକ୍ରମଣ ୯୭,୯୮୪ରେ ପହଞ୍ଚିଥିଲା । ଯାହାକି ସାରା ବିଶ୍ୱରେ ସର୍ବାଧିକ ଥିଲା । ସେହିପରି ମୃତୁ୍ୟ ସଂଖ୍ୟା ମଧ୍ୟ ଦୈନିକ ୧୫ଶହ ଉପରକୁ ଅତିକ୍ରମ କରିଥିଲା । ତେବେେ ଅକ୍ଟୋବର ମଧ୍ୟଭାଗରୁ ଦେଶରେ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ୧୨ରୁ ୧୪ହଜାର ମଧ୍ୟରେ ଥିବା ବେଳେ ମୃତୁ୍ୟ ସଂଖ୍ୟା ମଧ୍ୟ୨ଶହରୁ ୩ଶହ ମଧ୍ୟରେ ରହିଛି । ତେବେ କରୋନା ଭୂତାଣୁ ସଂପୂର୍ଣ୍ଣ ଲୋପ ପାଇବା ଏବେ ବି ବହୁତ ଦୂରରେ ରହିଛି । ସଂକ୍ରମଣ ଶୂନ୍ୟ ହେବା ପାଇଁ ଆହୁରି ଅନେକ ମାସ ଲାଗି ପରେ ବୋଲି ସ୍ୱାସ୍ଥ୍ୟ ବିସ୍ତାରକ ଏବଂ ବୈଜ୍ଞାନିକମାନେ ମତ ଦେଇଛନ୍ତି । ମହାମାରୀ କରୋନାର ମୁକାବିଲା ପାଇଁ ଗତ ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା ବେଳେ କେବେ ଶେଷ ହେବ ତାହା ବର୍ତମାନଠାରୁ କହିବା ଅସମ୍ବବ ।

Leave A Reply

Your email address will not be published.

5 × 1 =