ସିଲିଣ୍ଡର ପିଛା ୨୫ ଟଙ୍କା ବଢିଲା ରନ୍ଧନ ଗ୍ୟାସ୍

ପେଟ୍ରୋଲ-ଡିଜେଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି

ନୂଆଦିଲ୍ଲୀ: ବଜେଟ୍ ପରେ ଆଜି ଏଲପିଜି ସିଲିଣ୍ଡର, ପେଟ୍ରୋଲ ଦାମରେ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲରେ ୩୫ ପଇସା ବୃଦ୍ଧି ଘଟିଛି । ସେହିପରି ଏଲପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢିଛି । ଇଣ୍ଡିଆନ୍ ଅଏଲ ମୁତାବକ, ଏଲପିଜି ସିିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ହୋଇଛି । ଫଳରେ ଉପଭୋକ୍ତାଙ୍କୁ ୧୪ କିଲୋ ଓଜନର ଅଣସବସିଡି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ବର୍ଦ୍ଧିତ ଦାବ ଅନୁଯାୟୀ ଦିଲ୍ଲୀରେ ୧୪ ଲିଟର ବିଶିଷ୍ଟ ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୭୧୯ ଟଙ୍କା ହୋଇଛି । ସେହିପରି କୋଲକାତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କାରେ ପହଞ୍ଚିଛି । କ୍ରମାଗତ ସାତ ଦିନ ସ୍ଥିର ରହିବା ପରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଦେଶରେ ପେଟ୍ରୋଲ ମୂଲ୍ୟ ବର୍ତମାନ ରେକର୍ଡ ସ୍ତରରେ ଥିବାବେଳେ ଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ଡିଜେଲ୍ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ରହିଛି । ଭାରତୀୟ ତୈଳ ନିଗମ ଅନୁଯାୟୀ, ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇଁ ଲିଟର ପିଛା ୮୬ ଟଙ୍କା ୬୫ ପଇସା ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ବୃଦ୍ଧି ପାଇ ୯୩ ଟଙ୍କା ୨୦ ପଇସା ଓ କୋଲକାତାରେ ଏହା ୩୨ ପଇସା ବୃଦ୍ଧି ପାଇ ଲିଟର ପିଛା ୮୮ଟଙ୍କା ୧ପଇସା ହୋଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୩୧ ପଇସା ବୃଦ୍ଧି ପାଇଛି ଫଳରେ ଗୋଟିଏ ଲିଟର ପେଟ୍ରୋଲ ୮୯.୧୩ ପଇସାରେ ବିକି୍ର ହେଉଛି । ପ୍ରଥମ ଥର ପାଇଁ ଏହା ମୁମ୍ବାଇରେ ୯୩ ଟଙ୍କା ଏବଂ ଚେନ୍ନାଇରେ ଲିଟର ପିଛା ୮୯ ଟଙ୍କା ଅତିକ୍ରମ କରିଛି । ଦିଲ୍ଳୀରେ ଡିଜେଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇ ୭୬ ଟଙ୍କା ୮୩ ପଇସା ହୋଇଛି, ଯାହା ଗତ ଜୁଲାଇ ୩୦ ପରେ ରେକର୍ଡ ସ୍ତର ଅଟେ । ଏହାର ମୂଲ୍ୟ ମୁମ୍ବାଇରେ ୩୭ ପଇସା ବୃଦ୍ଧି ପାଇ ୮୩ ଟଙ୍କା ୬୭ ପଇସା, ଚେନ୍ନାଇରେ ୩୩ ପଇସା ବୃଦ୍ଧି ପରେ ୮୨ ଟଙ୍କା ୪ ପଇସା ଏବଂ କୋଲକାତାରେ ୩୩ ପଇସା ବୃଦ୍ଧି ପାଇବା ଫଳରେ ତାହା ୮୦ ଟଙ୍କା ୪୧ ପଇସାରେ ପହଞ୍ଚିଛି ।

Leave A Reply

Your email address will not be published.

3 × five =