ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ

ଲିଙ୍ଗଗତ ସମାନତା ସରକାରଙ୍କର ମୁଖ୍ୟ ପ୍ରତିବଦ୍ଧତା : ରବିଶଙ୍କର

ନୂଆଦିଲ୍ଲୀ: ଲିଙ୍ଗଗତ ସାମ୍ୟତା ହେଉଛି ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ର ଆଇନ୍ ଓ ନ୍ୟାୟ, ଯୋଗାଯୋଗ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଭାରତୀୟ ସଂସଦରେ ମହିଳାଙ୍କ ନିମନ୍ତେ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରସାଦ କହିଛନ୍ତି, ଲିଙ୍ଗଗତ ସମାନତା ହେଉଛି ସରକାରଙ୍କର ପ୍ରମୁଖ ପ୍ରତିବଦ୍ଧତା । ସମ୍ବିଧାନ ସଂଶୋଧନ ଲାଗି ପାର୍ଲାର୍ମେଂଟରେ ବିଲ୍ ଆଗତ ହେବା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହମତି ଆଧାରରେ ଏ ସଂକ୍ରାନ୍ତରେ ଯତ୍ନଶୀଳ ବିଚାରବିମର୍ଶ ଲୋଡା । ଶ୍ରୀ ପଟ୍ଟନାୟକ ପ୍ରଶ୍ନରେ ଉଲ୍ଳେଖ କରିଥିଲେ, ଭାରତୀୟ ସଂସଦରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସରକାରଙ୍କର କିଛି ପ୍ରସ୍ତାବ ଅଛି କି ? ଯଦି କିଛି, ତା’ର ସବିଶେଷ ବିବରଣୀ ଦିଅନ୍ତୁ । ଯଦି ନାହିଁ, ତେବେ ଏହାର କାରଣ ଉଲ୍ଳେଖ କରନ୍ତୁ । ଭାରତୀୟ ସଂସଦରେ ଅଧିକ ମହିଳା ପ୍ରତିନିଧିତ୍ୱ ଓ ସମ୍ପୃକ୍ତି ଲାଗି ସରକାର କି ପଦକ୍ଷେପ ନେଇଛନ୍ତି । ଅଧିକ ମହିଳାଙ୍କ ପ୍ରବେଶ ଏବଂ ଅଂଶଗ୍ରହଣ ନିମନ୍ତେ ଭାରତୀୟ ରାଜନୀତିକୁ ସୁଗମ କରିବା ନିମନ୍ତେ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.

four × one =