ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ପ୍ରାୟ ୭ ଦିନ କାଳ ବନ୍ଦ ରହିବ । ମାର୍ଚ୍ଚ ୨୭ରୁ ୨୯ ତାରିଖ ଯାଏ ଲଗାତାର ୩ଦିନ ବ୍ୟାଙ୍କ ବନ୍ଦ ରହିବ । କାରଣ ୨୭ ତାରିଖ ହେଉଛି ୪ର୍ଥ ଶନିବାର । ସେହିପରି ଏହାର ପରଦିନ ରବିବାର । ତେଣୁ ବ୍ୟାଙ୍କ ବନ୍ଦ ରହିବ । ସୋମବାର ହୋଲି ଥିବାରୁ ବ୍ୟାଙ୍କ ଗୁଡିକର ତାଲା ଫିଟିବ ନାହିଁ । ଆରବିଆଇର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୩୦ରେ କେବଳ ପାଟନା (ବିହାର)ରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । କାରଣ ଏଠାରେ ହୋଲି ଉତ୍ସବ ୩୦ ମାର୍ଚ୍ଚରେ ପାଳନ କରାଯିବ । ଏହି ଦିନ ଦେଶର ବାକି ପ୍ରାନ୍ତରେ ବ୍ୟାଙ୍କ ସେବା ଉପଲବ୍ଧ ହେବ । ପାଟନାରେ ୨୭ ମାର୍ଚ୍ଚରୁ ୪ ଏପ୍ରିଲ୍ ମଧ୍ୟରେ ମାତ୍ର ଦୁଇ ଦିନ ବ୍ୟାଙ୍କ ଖୋଲା ରହିବ ।