ପ୍ରୟାଗରାଜରୁ ଭୁବନେଶ୍ୱରକୁ ଉଡିଲା ବିମାନ

ନୂଆଦିଲ୍ଲୀ: ଦେଶରେ ଗତ ୩ଦିନ ମଧ୍ୟରେ ଉଡାନ୍ ଯୋଜନାରେ ୨୨ଟି ନୂତନ ମାର୍ଗରେ ବିମାନ ସେବାର ଶୁଭାରମ୍ଭ କରାଯାଇଛି । ଏଥିରେ ଉତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ମଧ୍ୟ ବିମାନ ସେବା ରହିଛି । ସେହିପରି ଉତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି । ମଙ୍ଗଳବାର ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡାଣକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ସୋମବାର ଶିଲଂରୁ ଆସାମର ସିଲଚରକୁ ବିମାନ ସେବା ଆରମ୍ଭ ହୋଇଥିଲା । ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ବରିÂ ଅଧିକାରୀ ଏବଂ ଅନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ । ଏବେ ସୁଦ୍ଧା ଉଡାନ ଯୋଜନା ଅନ୍ତର୍ଗତ ଦେଶର ୩୪୭ଟି ମାର୍ଗରେ ବିମାନ ସେବା ସମ୍ପର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି ।
ମାର୍ଚ୍ଚ ୨୮ରେ ୧୮ଟି ନୂତନ ମାଗରେ ଉଡାନ୍ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା । ସେଗୁଡିକ ହେଉଛି ଗୋଖରପୁରରୁ ଲକ୍ଷେ୍ନø, କୁର୍ଣ୍ଣୁଲରୁ ବାଙ୍ଗାଲୋର, ବିଶାଖାପାଟଣା ଓ ଚେନ୍ନାଇ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ଭୋପାଳ । ଏହା ବ୍ୟତୀତ ଦିବ୍ରୁଗଡରୁ ଦିମାପୁରକୁ ନୂଆ ବିମାନ ଯୋଗାଯୋଗ ସ୍ଥ୍ାପନ କରାଯାଇଛି ।
ଗତବର୍ଷ ୪ଟି ବିଡିଂ ପ୍ରକ୍ରିୟାରେ ଉଡାନ ଯୋଜନା ଅନ୍ତର୍ଗତ ଶିଲଂ-ଅଗରତାଲା, ଶିଲଂ-ସିଲଚର, କୁର୍ଣ୍ଣୁଲ-ବାଙ୍ଗାଲୋର, ବିଶାଖାପାଟଣା ଏବଂ ଚେନ୍ନାଇ ମାଗରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦିଆଯାଇଥିଲା । ଏହାଛଡା ଆଗ୍ରାରୁ ବାଙ୍ଗାଲୋରକୁ ଏବଂ ଆଗ୍ରାରୁ ଭୋପାଳକୁ ଉଡାନ୍ ୩ଯୋଜନା ଅନ୍ତର୍ଗତ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ପ୍ରୟାଗରାଜରୁ ଭୋପାଳକୁ ଉଡାନ୍ ୩ ଯୋଜନା ଅନ୍ତର୍ଗତ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ପ୍ରୟାଗରାଜରୁ ଭୋପାଳକୁ ଉଡାନ୍ ୨ ଯୋଜନା ଅନ୍ତର୍ଗତ ଏବଂ ଦିବ୍ରୁଗଡରୁ ଦିମାପୁରକୁ ଉଡାନ୍ ୩ବିଡିଂ ପ୍ରକ୍ରିୟାରେ ବିମାନ ଚଳାଚଳ ଦାୟିତ୍ୱ ଦିଆଯାଇଛି । ଉଡାନ-୩ ବିଡିଂ ପ୍ରକ୍ରିୟାରେ ଲକ୍ଷେ୍ନø-ଗୋରଖପୁର ମାର୍ଗରେ ବିମାନ ଚଳାଚଳ ପାଇଁ ଆଲିଆନ୍ସ ଏୟାରକୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.

five × three =