ମହାରାଷ୍ଟ୍ରରେ୧୪୪ ଧାରା ଲାଗୁ କରାଯିବ

ମୁମ୍ବାଇ: କରୋନା ଭୂତାଣୁ ଦିନକୁ ଦିନ ସଂକ୍ରମଣ ହେବାକୁ ଲାଗିଲାଣି । ଯେଉଁଥିପାଇଁ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ପାଖାପାଖି ୧୫ ଦିନ ଯାଏ କଡା କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ରାଜ୍ୟବାସୀଙ୍କୁ ଏକ ଭର୍ଚୁଆଲ୍ ବାର୍ତ୍ତାରେ ଶ୍ରୀ ଠାକରେ କହିଛନ୍ତି ।ଦୈନିକ କୋଭିଡ ସଂକ୍ରମଣ ମାମଲା ଉଦବେଗଜନକ ସ୍ଥିତିରେ ପହଂଚିବାରୁ ସମଗ୍ର ରାଜ୍ୟରେ ୧୪୪ ଧାରା ଲାଗୁ କରାଯିବ । ଏହି ସମୟରେ ମୁମ୍ବାଇ ଲୋକାଲ ଟ୍ରେନ୍ ଓ ବସ୍ ସେବା ଭଳି ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ । ତେବେ କେବଳ ଅତ୍ୟାଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଏଥିରେ ଯାତାୟାତ କରିପାରିବେ । ରାଜ୍ୟରେ ଅକ୍ସିଜେନ ପହଂଚାଇବା ପାଇଁ ବାୟୁସେନାକୁ ନିର୍ଦ୍ଦେଶ ଦେବା କାରଣରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିବେ ବୋଲି ସୂଚନା ମିଳିଛି । ଏବେ ମହାରାଷ୍ଟ୍ରରେ ୧୨ଶହ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ କରୁଛି ଏବଂ କରୋନା ସଂକ୍ରମଣ ବୃଦ୍ଧି ହେତୁ ୯୫୦ରୁ ଏକହଜାର ଟନ୍ ଅକ୍ସିଜେନର ଆବଶ୍ୟକ୍‌ା ଦେଖାଦେଇଛି । ଏଥିପାଇଁ ଅନ୍ୟ ରାଜ୍ୟରୁ ଅକ୍ସିଜେନ୍ ଆବଶ୍ୟକ ହେଉଛି ।

Leave A Reply

Your email address will not be published.

twenty + 5 =