ପଡେ଼ାଶୀ ଘର ୪ବର୍ଷିୟ ଶିଶୁକୁ ହତ୍ୟା

ଭୁବନେଶ୍ୱର: ପିଶାଚ ସାଜିଲା ମହିଳା । ପଡେ଼ାଶୀ ଘରର ଚାରି ବର୍ଷିୟ ଶିଶୁ ପୁତ୍ରକୁ ଅମାନୁଷିକ ହତ୍ୟା । ସ୍ଥାନୀୟ ଖଣ୍ଡଗିରି ସ୍ଥିତ ରାଜୀବ ନଗର ଅଂଚଳରେ ଏହି ମର୍ମ ସ୍ପର୍ଶି ଘଟଣା ହୋଇଥିବାବେଳେ ସମସ୍ତେ ଅବାକ୍ । ପ୍ରାପ୍ତ ସୂଚନା ଅନୁଯାୟୀ ନିଜ ୪ ବର୍ଷିୟା କୁନି ଝିଅ ସହ ଖେଳିବା ପାଇଁ ପଡେ଼ାଶୀ ଘରର ଶିଶୁ ପୁତ୍ରକୁ ଡ଼ାକି ନେଇଥିଲେ ମହିଳା । ମାତ୍ର କୈାଣସି କାରଣ ନେଇ ଶିଶୁ ପୁତ୍ରକୁ ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅମାନବୀୟ କାଣ୍ଡ ଘଟାଇଥିବା ମହିଳା ହେଉଛନ୍ତି ତନୁଶ୍ରୀ ପାରମାଣିକ । ସେ ଜଣେ ମାନସିକ ବିକାର ଗସ୍ତ ରୋଗୀ ବୋଲି ଅନୁମାନ କରାଯାଉଥିବା ବେଳେ ସେ କେଉଁ କାରଣ ନେଇ ଶିଶୁ ପୁତ୍ରକୁ ହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ ।

Leave A Reply

Your email address will not be published.

8 + 5 =