ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଭାଙ୍ଗିବା ନେଇ ଭାରତକୁ କ୍ଷମା ମାଗିଲା ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ଼୍ଙ୍କ ମୃତୁ୍ୟ ପାଇଁ ସମଗ୍ର ଆମେରିକା ଅଶାନ୍ତ । ବର୍ଣ୍ଣ ବୈଷମ୍ୟ ବିବାଦୀୟ ପ୍ରସଙ୍ଗ ନେଇ ପରିସ୍ଥିତିି ଗମ୍ଭୀର । ଏହା ଆୟତ କରିବା ପୋଲିସ୍ ପକ୍ଷେ ଅସମ୍ଭବ ହୋଇପଡ଼ିଛି ।ଆମେରିକାର ୪୦ ପ୍ରମୁଖ ସହରରେ କର୍ଫୁ୍ୟ ଜାରି ହୋଇଥିବା ବେଳେ ୪୫୦୦ରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀଙ୍କୁ ପୋଲିସ୍ ଗିରଫ କରିଛି । ବୁଧବାର ଦିନ ବିକ୍ଷୋଭକାରୀ ମାନେ ୱାଶିଂଟନ୍ ଡ଼ିସି ସ୍ଥିତ ଭାରତୀୟ ଦୂତବାସ କାର୍ଯ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗାରୁଜା କରାଯାଇଥିବା ଘଟଣା ନେଇ ଭାରତ ବିଶେଷ ଉଦ୍ବେଗ ପ୍ରକାଶ କରିଥିଲା । ଏହି ପ୍ରସଙ୍ଗରେ ଆମେରିକା ଦୁଖ ପ୍ରକାଶ କରିବା ସହ ଭାରତକୁ କ୍ଷମା ମଧ୍ୟ ମାଗିଛି । ଭାରତରେ ଅବସ୍ଥାପିତ ଆମେରିକାର ବ୍ରାଣ୍ଡ ଆମ୍ବାସଡ଼ର କେନ୍ ଜଷ୍ଟର ମଧ୍ୟ ଏହି ଘଟଣା ନେଇ ଦୁଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seven − five =