କଡା ସୁରକ୍ଷା ବଳୟ ମଧ୍ୟରେ ସ୍ନାନଯାତ୍ରା

ପୁରୀ-ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ସହରର ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ସ୍ନାନଯାତ୍ରା ପାଇଁ କେବଳ ସ୍ୱତନ୍ତ୍ର ପାସଧାରୀ ସେବାୟତଙ୍କୁ ମନ୍ଦିର ଭିତରକୁ ଛଡାଯିବ । ୧୪୪ ଧାରା ଜାରି କରାଯାଇଥିବା ଅଂଚଳରେ କୌଣସି ଭକ୍ତଙ୍କୁ ଛଡାଯିବ ନାହିଁ । ଶ୍ରୀମନ୍ଦିର ବଡଦାଣ୍ଡରେ ଛିଡାହୋଇ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ଏଥିପାଇଁ ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ବ୍ୟାରିକେଡ କରାଯାଇଛି । ପୁରୀ ଏସପି ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱରେ ରହିବେ । ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦ ରହିବ । ରାତି ୧ଟାରୁ ଭୋର ୪ଟା ମଧ୍ୟରେ ଠାକୁରଙ୍କୁ ରତ୍ନସିଂହସନରୁ ସ୍ନାନମଣ୍ଡପକୁ ବିଜେ କରାଯିବ । ସକାଳ ୭.୩୦ରୁ ୯.୩୦ ମଧ୍ୟରେ ଦାରୁବ୍ରହ୍ମଙ୍କୁ ସ୍ନାନ କରାଯିବ । ୧୦.୩୦ରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସ୍ନାନମଣ୍ଡପ ଉପରେ ଛେରାପହଁରା କରିବେ । ଦିନ ୧୧ଟାରୁ ୧୨ ଟା ମଧ୍ୟରେ ମହାପ୍ରଭୁଙ୍କୁ ହାତୀବେଶ କରାଯିବ । ଅପରାହ୍ନ ୫ ଟାରୁ ରାତି ୮ ଟା ମଧ୍ୟରେ ଦାରୁବ୍ରହ୍ମଙ୍କ ବାହୁଡାପହଣ୍ଡି ଅନୁଷ୍ଠିତ ହେବ । ଶନିବାର ୪ ଟାରୁ ଠାକୁରଙ୍କ ଅନବସର ନୀତି ଆରମ୍ଭ ହେବ ।

Leave A Reply

Your email address will not be published.

5 × 1 =