ପାଣିରେ ବୁଡ଼ି ଯମଜ ଭାଇଙ୍କ ମୃତ୍ୟୁ

ପାଟଣା : ପାଟଣା ବ୍ଲକ୍ ରାଜନଗର ପଞ୍ଚାୟତ ନୁଆଖମଣ ଗ୍ରାମର ବାଙ୍କିସାହିରେ ଆଜି ପୂର୍ବାହ୍ନ ୧୧ଟାରେ ଏକ ଖାଲଭର୍ତ୍ତି ପାଣିରେ ବୁଡ଼ିଯାଇ ଦୁଇ ଯମଜ ଶିଶୁଙ୍କ ମୃତ୍ୟୁ ଘଟିଛି। ଦୁଇ ଯମଜ ଶିଶୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବାଙ୍କିସାହିର ଯଶୋବନ୍ତ ନାଏକଙ୍କ ୬ ବର୍ଷର ଦୁଇ ଯମଜ ପୁଅ ଆକାଶ ନାଏକ ଓ ବାଦଲ ନାଏକ ଶୌଚ ପାଇଁ ଘର ଠାରୁ ୫୦୦ ମିଟର ଦୂରରେ ଥିବା ପାଣି ଭର୍ତି ବଡ଼ ଖାଲକୁ ଯାଇଥିଲେ। ଅସାବଧାନତା ଯୋଗୁ ସେମାନେ ଖାଲରେ ପଡି ପ୍ରାଣ ହରାଇଛନ୍ତି। ଶିଶୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାଜନଗର ହସ୍‌ପିଟାଲ୍‌  ଓ ତା’ପରେ ସେଠାରୁ ତୁରୁମୁଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ହୋଇନଥିଲା। ଏହାପରେ ସଙ୍ଗେ ସଙ୍ଗେ ଯମଜ ଶିଶୁ ଦ୍ବୟ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଉଭୟ ଯମଜ ଉଭୟ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.

19 − 14 =