ରାଜ୍ୟରେ ଲାଗୁ ହେଲା ୧୪ ଦିନିଆ ଲକ୍‌ଡାଉନ୍‌

ବେଙ୍ଗାଲୁରୁ: କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ୧୪  ଦିନିଆା ଲକ୍‌ଡାଉନ୍‌ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର । ଏହି ନିୟମ ମଙ୍ଗଳବାର ରାତି ୯ଟାରୁ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା । କ୍ୟାବିନେଟ୍‌ ବୈଠକ ପରେ  ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ ରୁ ପୂର୍ବାହ୍ନ ୧୦ଟା ଯାଏ ଖୋଲା ରହିବ । ଏହି ଲକଡାଉନ୍‌ ସମୟରେ ନିର୍ଦ୍ଧିଷ୍ଟ କିଛି ସଂସ୍ଥା ଚାଲୁ ରଖିବାକୁ ଗାଇଡ୍‌ଲାଇନ୍‌ କରାଯାଇଛି । ଯଥା-ନିର୍ମାଣ କାର୍ଯ୍ୟ, କୃଷି କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର ଏବଂ ଜରୁରୀକାଳୀନ ସେବା ପୂର୍ବପରି ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନାନୁଯାୟୀ, ଦେଶରେ କରୋନା ପ୍ରଭାବିତ ରାଜ୍ୟ ମାନଙ୍କ ମଧ୍ୟରେ କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଥିବା ବେଳେ ଏଠାରେ ରାଜ୍ୟରେ ୧୪ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଲାଣି ।

Leave A Reply

Your email address will not be published.

sixteen − six =