ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି, ଘୋଷଣା କଲା ଗୃହ ମନ୍ତ୍ରାଳୟ

ନୂଆ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଏହା ଫଳରେ ସମଗ୍ର ଦେଶରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍  ଜାରି ରହିବ । ଏଥିଲାଗି କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରୁଛନ୍ତି।  ଗାଇଡଲାଇନ୍ ଅନୁସାରେ ଏଥର କେରୋନା ସଂକ୍ରମଣ ନେଇ ଘୋଷିତ ଗ୍ରିନ୍ ଜୋନ ଓ ଅରେଞ୍ଜ ଜୋନଗୁଡ଼ିକ ପାଇଁ କେତେକ କୋହଳ ଘୋଷଣା କରାଯାଇଛି । ତେବେ ରେଡ୍ ଜୋନ ପାଇଁ ଅଧିକ କଟକଣା ଜାରି ରହିବ । ଏହି ଲକଡାଉନ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଲକଡାଉନ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ଦେଶର ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କ ସହ ଏ ସଂପର୍କରେ  ଆଲୋଚନା କରିଥିଲେ ।
ଗତକାଲି ଅର୍ଥାତ ଗୁରୁବାରଦିନ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି।

ଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଏହା ଫଳରେ ସମଗ୍ର ଦେଶରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍  ଜାରି ରହିବ । ଏଥିଲାଗି କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରୁଛନ୍ତି।  ଗାଇଡଲାଇନ୍ ଅନୁସାରେ ଏଥର କେରୋନା ସଂକ୍ରମଣ ନେଇ ଘୋଷିତ ଗ୍ରିନ୍ ଜୋନ ଓ ଅରେଞ୍ଜ ଜୋନଗୁଡ଼ିକ ପାଇଁ କେତେକ କୋହଳ ଘୋଷଣା କରାଯାଇଛି । ତେବେ ରେଡ୍ ଜୋନ ପାଇଁ ଅଧିକ କଟକଣା ଜାରି ରହିବ । ଏହି ଲକଡାଉନ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଲକଡାଉନ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ଦେଶର ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କ ସହ ଏ ସଂପର୍କରେ  ଆଲୋଚନା କରିଥିଲେ ।
ଗତକାଲି ଅର୍ଥାତ ଗୁରୁବାରଦିନ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.

thirteen + 20 =