କରୋନା ସଂକ୍ରମିତଙ୍କୁ ସାହାର୍ଯ୍ୟ : ସ୍ତ୍ରୀର ଗହଣା ବିକି ଅଟୋରେ ଲଗାଇଲେ ଅକ୍ସିଜେନ୍ ସିଲିଣ୍ଡର

କରୋନା କାଳରେ କିଏ କୋଭିଡ ଔଷଧ ଚୋରାରେ ବିକି ଦି ପଇସା ଲାଭ କରୁଛି ତ କିଏ ଚୋରାରେ ୩ଶହ ଟଙ୍କାର ଅକ୍ସିଜେନକୁ ୩୦ ହଜାର ଟଙ୍କାରେ ବିକ୍ରି କରୁଛି । ହେଲେ ଦୁନିଆରେ ସମସ୍ତ ସମାନ ନୁହନ୍ତି । ଯାହାର ଉଦାହରଣ ସାଜିଛନ୍ତି ଭୋପାଳର ଜଣେ ଅଟୋ ଚାଳକ । କରୋନା ସଙ୍କଟ କାଳରେ ଅଟୋ ଚଳାଇ ଦୈନିକ ୨ ରୁ ୩ଶହ ଟଙ୍କା ରୋଜଗାର କରୁଥିବା ଏହି ଅଟୋଚାଳକ ଜଣଙ୍କ କିନ୍ତୁ ଭୁଲି ନାହାନ୍ତି ମାନବିକତା, ଭୁଲି ନାହାନ୍ତି ସମାଜ ପ୍ରତି ଥିବା ଜଣେ ନାଗରିକର କର୍ତ୍ତବ୍ୟ । ଭୋପାଳର ଅଟୋଚାଳକ ଜାବେଦ ଏମିତି କିଛି କରିଛନ୍ତି ଯେଉଁଥିପାଇଁ କେଳ ମଧ୍ୟପ୍ରଦେଶ ନୁହେଁ ସାରା ଦେଶରେ ନାଗରିକଙ୍କ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି । କାରଣ ଏହି କରୋନା କାଳରେ ସେ ନିଜର ଅଟୋକୁ ପ୍ରଥମେ ଆମ୍ବୁଲାନ୍ସରେ ପରିଣତ କରିଥିଲେ । ମାଗଣାରେ ଲୋକଙ୍କୁ ମେଡିକାଲ ନେବା କାର୍ଯ୍ୟ କରୁ କରୁ ଯେତେବେଳେ ବୁଝିଗଲେ ଯେ କେବଳ ମେଡିକାଲରେ ଛାଡିଦେଲେ କରୋନା ସଂକ୍ରମିତ ବଞ୍ଚିବା ସମ୍ଭବ ନୁହେଁ ସେତେବେଳେ ସେ ନିଜ ଅଟୋରେ ଅକ୍ସିଜେନ ସିଲିଣ୍ଡର ଲଗାଇବାକୁ ଚିନ୍ତା କଲେ । ହେଲେ ଅର୍ଥ ସାଜିଲା ବାଧକ । ହେଲେ ଇଚ୍ଛା ଥିଲେ ଅର୍ଥ ଯେ, କୌଣସି କାମରେ ବାଧକ ନୁହେଁ ତାହା କରିଦେଖାଇଲେ ଜାବେଦ । ନିଜ ସ୍ତ୍ରୀର ଗହଣା ବିକ୍ରି କରି ଅଟୋରେ ଲଗାଇଲେ ଅକ୍ସିଜେନ୍ ସିଲିଣ୍ଡର । ଏହାପରେ ଅଟୋ ସାଙ୍ଗକୁ ମାଗଣାରେ ଅକ୍ସିଜେନ୍ ଯୋଗାଇଲେ ଜାବେବଦ । ଯେଉଁ ଲୋକମାନଙ୍କ ପାଖରେ ଆମ୍ବୁଲାନ୍ସ ଭଡା ଦେବାକୁ ଟଙ୍କା ନାହିଁ ତାଙ୍କ ପାଇଁ ଦେବଦୂତ ସାଜିଲେ ଏହି ଅଟୋ ଚାଳକ । ଖାଲି ସେତିକି ନୂହେଁ ସଂକ୍ରମଣରୁ ବଞ୍ଚିବାକୁ ଆମ୍ବୁଲାନ୍ସକୁ ଦୈନିକ ସାନିଟାଇଜ କରନ୍ତି ଜାବେଦ । ସେ କହିଛନ୍ତି କି ଏଭଳି ମହାମାରୀ ସମୟରେ ଲୋକଙ୍କ ସେବାରେ ଯଦି ଜଣେ ନାଗରିକ ନଆସିଲା ତେବେ ସେ କେମିତି କହିବ ମୁଁ ଜଣେ ଭାରତୀୟ । ତାଙ୍କର ଏହି କେଇପଦ କଥା ଓ ଲୋକଙ୍କ ସାହାର୍ଯ୍ୟ କରିବାର ଏଭଳି ଏକ ପ୍ରୟାସ ଆଜି ତାଙ୍କୁ ଜଣେ ଅଟୋ ଚାଳକରୁ ଜଣେ ସମାଜସେବୀ ଭାବେ ବଦଳାଇ ଦେଇଛି ।

Leave A Reply

Your email address will not be published.

eighteen − 8 =