ଅକ୍ସିଜେନ ଯୋଗାଇ ପୁଣି ୨୨ ଜଣଙ୍କ ଜୀବନ ବଞ୍ଚାଇଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରରେ ପୁଣି ଚର୍ଚ୍ଚାରେ ବଲିଓଡ୍ର ସୋନୁସୁଦ୍‌ । ଅକ୍ସିଜେନ ଅଭାବରୁ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ରୋଗୀଙ୍କ ପାଇଁ ଦେବଦୂତ ସାଜି ରକ୍ଷା କରିଛନ୍ତି ୨୨ ଜୀବନ । ବେଙ୍ଗାଲୁରୁର ଏଆର୍‌ଏକେ ହସ୍ପିଟାଲ୍‌ ବିଳମ୍ବିତ ରାତିରେ ଅକ୍ସିଜେନ ଅଭାବରେ ପଡ଼ିଯାଇଥଇଲା । ତେଣୁ ରୋଗୀଙ୍କର ଅବସ୍ଥା ସୁଚନୀୟ ହେବାର ଦେଖି ଅକ୍ସିଜେନ୍‌ ଯୋଗାଇବା ପାଇଁ ଗୁହାରୀ କରିଥିଲା । ଖବର ପାଇଁ ସୋନୁ ଓ ତଙ୍କ ଟିମ୍‌ ରାତିସାରା ଅନିଦ୍ରା ହୋଇ କିଛି ଘଣ୍ଟା ମଧ୍ୟରେ ୧୫ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରି ପହଞ୍ଚାଇଥିଲେ । ସୂଚନାନୁଯାୟୀ, ଏଆର୍‌ଏକେ ହସ୍ପିଟାଲ୍‌ର ସ୍ଥିତିକୁ ଦେଖି ୟେଲାହଙ୍ଗା ଅଞ୍ଚଳରୁ ଏମ୍‌ଆର୍‌ ସତ୍ୟନାରାୟଣ ନାମକ ଜଣେ ବ୍ୟକ୍ତି ସୋନୁ ସୁଦଙ୍କ ଚ୍ୟାରିଟି ଫାଉଣ୍ଡେସନର ଜଣେ ସଦସ୍ୟଙ୍କୁ ଫୋନ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହି ହସ୍ପିଟାଲ୍‌ର ସ୍ଥିତି ବହୁତ ସଙ୍ଗୀନ ଅଛି । ଯାହାକି ଅକ୍ସିଜେନ ଅଭାବ କାରଣରୁ ପୂର୍ବରୁ ଏଠାରେ ଦୁଇ ଜଣଙ୍କ ଜୀବନ ଯାଇସାରିଲାଣି । ଏହି ଖବର ପାଇବା କ୍ଷଣି ସୋନୁ ଓ ତାଙ୍କ ଟିମ୍‌ କାଳ ବିଳମ୍ବ ନକରି ରାତି ଅଧରେ ଅକ୍ସିଜେନ୍‌ ଯୋଗାଡ଼ରେ ଲାଗିପଡ଼ିଥିଲେ । ଏନେଇ ସୋନୁ ସୁଦ୍‌ କହନ୍ତି, ‘‘ ଏହା ଏକ ଟିମ୍ ୱାର୍କ ଏବଂ ଆମର ସାଥୀମାନେ ଦେଶବାସୀଙ୍କ ସେବା କରିବା ପାଇଁ ସ୍ୱୟଂ ଇଚ୍ଛାଶକ୍ତି ଦେଖାଇଛନ୍ତି । ଆମକୁ ଯେମିତି ଇନ୍ସପେକ୍ଟର ସତ୍ୟନାରାୟଣଙ୍କ ଫୋନ୍ ଆସିଲା, ଆମେ କିଛି ମିନିଟ୍ ଭିତରେ କାମ କରିବା ଆରମ୍ଭ କରିଦେଲୁ । ଟିମ୍ ସାରା ରାତି ଆଉ କିଛି ନଭାବି କେବଳ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଇବାରେ ଲାଗି ପଡ଼ିଲେ । ଯଦି ବିଳମ୍ବ ହୋଇଥାନ୍ତା, ତାହେଲେ ଅନେକ ସମ୍ପର୍କୀୟ ନିଜ ଲୋକଙ୍କୁ ହରାଇ ବସିଥାନ୍ତେ । ଯେଉଁମାନେ ଗତ ରାତିରେ ଏତେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି, ସେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋ ଟିମ୍ ସଦସ୍ୟଙ୍କ ଏନି ନିଷ୍ଠା ହିଁ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି । ମୋ ଟିମ୍ ସଦସ୍ୟଙ୍କ ଉପରେ ମୁଁ ଗର୍ବିତ ।’’

Leave A Reply

Your email address will not be published.

2 × five =