କେରଳ- ବିସ୍ଫୋରଣ କରି ହାତୀକୁ ମାରିଦେଇଥିବା ଅଭିଯୁକ୍ତଙ୍କୁ ପୁଲିସ ଏବଂ ବନ ବିଭାଗ ତଦନ୍ତକାରୀ ଟିମ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରାଯାଉଛି । ଗିରଫ ବ୍ୟକ୍ତି ବିଭିନ୍ନ ଫସଲ ଓ ମସଲା ଚାଷ କରୁଥିବା ବେଳେ ପୋଲିସ ଅଟକ ରଖିଥିବା ଅନ୍ୟ ବ୍ୟକ୍ତି ଇଷ୍ଟେଟ ସଂସ୍ଥାରେ କାର୍ଯ୍ୟରତ ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତ କହିଛନ୍ତି ଯେ ବନ୍ୟ ଜନ୍ତୁମାନେ ସବୁବେଳେ ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ଘଉଡାଇବା ପାଇଁ ଜାଲ ବିଝାଇବା ସହ ଫଳରେ ବିସ୍ଫୋରକ ପଦାର୍ଥ ରଖିଥିାନ୍ତି ।ତେଣୁ ସପୁରୀ ଭିତରେ ଥିବା ବିସ୍ଫୋରକ ଖାଇବା ପରେ ଗର୍ଭବତୀ ହାତୀର ମୃତ୍ୟୁ ହୋଇଥିଲା ।