ବଜ୍ରପାତରେ ୧୮ ହାତୀ ମଲେ

ଗୌହାଟୀ: ଆସାମର ନ’ଗାଁ ଜିଲ୍ଲା ଜଙ୍ଗଲରେ ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । କଠିୟାଟୋଲୀ ରେଞ୍ଜର କୁଣ୍ଡଲୀ ବନାଂଚଳ ପାହାଡରେ ଏହି ହାତୀଙ୍କ ମୃତଦେହ ଗୁରୁବାର ଠାବ କରାଯାଇଛି । ରାଜ୍ୟ ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏଥିରେ ହାତୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମ୍ପୃକ୍ତ ଅଂଚଳ ଅତ୍ୟନ୍ତ ଦୁର୍ଗମ ପାହାଡିଆ । ବନ କର୍ମଚାରୀମାନେ ମଧ୍ୟାହ୍ନ ସୁଦ୍ଧା ଘଟଣାସ୍ଥଳରେ ପହଂଚି ହାତୀଙ୍କ ମୃତଦେହ ଜବତ କରିଛନ୍ତି । ପାହାଡ ଉପରୁ ୧୪ ହାତୀ ମୃତଦେହ ମିଳିଥିବା ବେଳେ ଅନ୍ୟଗୁଡିକ ପହାଡର ନିମ୍ନଦେଶରୁ ମିଳିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାରେ ବ୍ୟଥିତ ହେବା ସହ ତଦନ୍ତ ନିର୍ଦେଶ ଦେଇଛନ୍ତି । ଜଙ୍ଗଲ ମନ୍ତ୍ରୀ ପରିମଳ ଶୁକ୍ଳାବା ଘଟଣାସ୍ଥଳକୁ ଯାଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ହାତୀମାନଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ତେବେ ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ କରାଯାଉଥିବା ମୁଖ୍ୟ ବନ ସଂରକ୍ଷକ ଅମିତ ସହାୟ କହିଛନ୍ତି ।

Leave A Reply

Your email address will not be published.

four × one =