ଦିଲ୍ଲୀରେ କମୁଛି ସଂକ୍ରମଣ : କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପର୍ଣ୍ଣ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଆଦି ଦିନକରେ ଦିଲ୍ଲୀରେ ୮୫୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନ ମଧ୍ୟରେ ସଂକ୍ରମଣ ହାର ୩୫ ପ୍ରତିଶତରୁ ଖସି ୧୨ ପ୍ରତିଶତରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ୧୦ ଦିିନ ମଧ୍ୟରେ ୧୦ହଜାର କରୋନା ବେଡ୍ ଖାଲି ହୋଇଥିବା କଥା ସେ ସୂଚନା ଦେଇଛନ୍ତି । ହେଲେ ଆଇସିୟୁ ବେଡ ଏବେ ବି ପୁରା ରହିଛି ବୋଲି ସେ କହିବା ସହ ଦିଲ୍ଲୀରେ କରୋନା ସଂକ୍ରମଣ କମିବାର ମୁଖ୍ୟ କାରଣ ଲକ୍‌ଡାଉନ୍ ବୋଲି କହିଛନ୍ତି । କରୋନା କଟକଣା ମାନିଥିବାରୁ ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହା ସହ ସେ ଦିଲ୍ଲୀବାସୀଙ୍କୁ କରୋନା କଟକଣା ପାଳନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତିି ଯେ, ଯଦି ଆମେ କଟକଣା ମାନିବାରେ ଅବହେଳା କରୁ ତେବେ ପୁଣିଥରେ ଦିଲ୍ଲୀୈର କରୋନା କାୟା ବିସ୍ତାର କରିବ । କେଜ୍ରିୱାଲ ଆହୁରି କହିଛନ୍ତି କି କରୋନା ସଂକ୍ରମଣ କମିଛି ସତ ହେଲେ କରୋନା ବିରୋଧରେ ଲଢେଇ ଏବେ ବି ଜାରି ରହିଛି । ଏହାସହ ଯେଉଁ ପିଲାମାନଙ୍କର ବାପା, ମା’ କିମ୍ବା ଲାଳନ ପାଳନ କରୁଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ଲାଳନ ପାଳନ ଦାୟିତ୍ୱ ଦିଲ୍ଲୀ ସରକାର ନେବେ ବୋଲି ସେ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

nineteen + 17 =