ଅମ୍ଲଜାନ ଅଭାବରୁ ଗୋଆରେ ପୁଣି ଗଲା ୮ଜୀବନ

ପାନାଜୀ: ଗୋଆ ମେଡିକାଲ୍ କଲେଜ୍‌୍‌ରେ ଅମ୍ଲାଜାନ ଅଭାବରୁ ଆଜି ପୁଣି ୮ଜଣ ରୋଗୀଙ୍କ ଜୀବନ ଯାଇଛି । ଗତ ୫ ଦିନ ମଧ୍ୟରେ ଏହି ଡାକ୍ତରଖାନାରେ ଅମ୍ଲଜନା ଅଭାବରୁ ୮୩ରୋଗୀ ପ୍ରାଣ ହରାଇଲେଣି, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ । ପ୍ରଶାସନିକ ଅବହେଳାରୁ ବାରମ୍ବାର ଏଠାରେ ଏପରି ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ବିରୋଧୀ ଦଳଗୁଡିକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦବାି କରିଛନ୍ତି ।
ଅନ୍ୟପଟେ ଅମ୍ଲଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁନାହିଁ ବୋଲି ସଫେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେ କହିଛନ୍ତି, ରୋଗୀମାନଙ୍କୁ ଗୁରୁତର ଅବସ୍ଥାରେ ଆଣି ଡାକ୍ତରଖାନାରେ ଭର୍ତି କରାଯାଉଛି, ଯେଉଁଥିପାଇଁ ଶେଷ ମୁହୂର୍ତରେ ସେମାନଙ୍କର ମୃତ୍ୟୁ ଘଟୁଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଲଜାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ଅଧିକାଂଶ ମୃତ୍ୟୁ ଅମ୍ଲଜାନ ଅଭାବରୁ ହୋଇନାହିଁ, ବରଂ କରୋନା ଯୋଗୁଁ ନିମୋନିଆରେ ଆକ୍ରାନ୍ତ ହୋଇ ରୋଗୀ ପ୍ରାଣ ହରାଉଛନ୍ତି ।

Leave A Reply

Your email address will not be published.

19 + 9 =