ଡାକ୍ତର ସାଜିଲେ ୫ମ ପାସ୍ ବିଧାୟକ, ଦେଲେ କରୋନା ଇଞ୍ଜେକସନ!

ସୁରତ: ୫ମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ଗୁଜରାଟର ଜଣେ ବିଜେପି ବିଧାୟକ କରୋନା ସଂକ୍ରମଣ ବେଳେ ଡାକ୍ତର ସାଜିଛନ୍ତି । ସେ ଗୁଜରାଟର ସୁରତରେ ଥିବା ସରଥାନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେମଡେସିଭିର ଇଞ୍ଜେକସନକୁ ଭିଆଲରୁ ସିରିଞ୍ଜରେ ଭର୍ତି କରି ଏହାକୁ କରୋନା ରୋଗୀଙ୍କ ଶରୀରରେ ଲାଗିଥିବା ସାଲାଇନ୍‌ରେ ଭର୍ତି କରିଛନ୍ତି । ସାଲାଇନ୍‌ରେ ଇଞ୍ଜେକସନ ଭର୍ତି କରିବା ବେଳେ ଏହା ଥରେ ମୋଡି ମଧ୍ୟ ହୋଇଯାଇଥିଲା । ତଥାପି ସେ ଇଞ୍ଜେକସନ ଦେଇଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିଧାୟକ ଜଣଙ୍କ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି । ଭାଇରାଲ ଭିଡିଓରେ ସୁରତର କାମରେଜ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭିଡି ଝାଲଭାଡିୟା ରହିଛନ୍ତି । ତାଙ୍କ ୪ ପାଖରେ କିଛି ଲୋକ ଓ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତୃପକ୍ଷ ରହିଥିଲେ । ତଥାପି ୫ମ ପାସ୍ ବିଧାୟକ ଜଣଙ୍କ ନିଜେ ରେମଡେସିଭିର ଭିଆଲରୁ ଇଞ୍ଜେକସନ ସିରିଞ୍ଜରେ ଭର୍ତି କରିଥିଲେ । ଏହାପରେ ଏହାକୁ କରୋନା ରୋଗୀଙ୍କ ଶରୀରରେ ଲାଗିଥିବା ସାଲଇନ୍‌ରେ ଭର୍ତି କରିଥିଲେ । ଏହି କୋଭିଡ କେୟାର ସେଂଟରଟି ବିଧାୟକଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହାର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ବିଧାୟକଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । କଂଗ୍ରେସ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛି । ବିଧାୟକ ଝାଲାଭାଡିୟା କିନ୍ତୁ ନିଜ କାର୍ଯ୍ୟକୁ ଠିକ୍ ବୋଲି କହିଛନ୍ତି । ସେ କହିଛନ୍ତି, ମୁଁ କୌଣସି କରୋନା ରୋଗୀଙ୍କୁ ଇଞ୍ଜେକସନ ଦେଇନାହିଁ । କେବଳ ସାଲାଇନ୍‌ରେ ରେମଡେସିଭିର ଇଞ୍ଜେକସନ ଭର୍ତି କରିଛି । କଂଗ୍ରେସ କିଛି ବି ଭଲ କାମ କରିବ ନାହିଁ । କେବଲ ଭଲ କାମ ଗୁଡିକରେ ଉପରେ ପ୍ରଶ୍ନ ଉଠାଇ ବିବାଦ ସୃଷ୍ଟି କରିବା ମୋ ସହ ୧୦ରୁ ୧୫ ଜଣ ଡାକ୍ତର ସେଠାରେ ଥିଲେ । ବିଗତ ୪୦ ଦିନ ମଧ୍ୟରେ ଆମେ ୨୦୦ରୁ ଅଧିକ କରୋନା ରୋଗୀଙ୍କୁ ସୁସ୍ଥ କରି ଘରକୁ ପଠାଇଛୁ । ମୁଁ କୋଟିକୋଟି ଲୋକଙ୍କ ଜୀବନ ବଂଚାଇଛି । ଆମ ଦଳର କର୍ମୀମାନେ ରୋଗୀଙ୍କୁ ସହଯୋଗ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରୁଛୁ ।

Leave A Reply

Your email address will not be published.

nineteen − eleven =