ହଇରାଣ କରୁଛି କେନ୍ଦ୍ରୀୟ ଏଜେନ୍ସି, ବିଜେପି ସହ ହାତ ମିଳାଇବା ଭଲ: ଶିବସେନା

ମୁମ୍ବାଇ: ବିଜେପି ଠାରୁ ଅଲଗା ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନାର ଜଣେ ବିଧାୟକ ବଡ଼ ବୟାନ ଦେଇଛନ୍ତି । ଦଳର ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହଇରାଣରୁ ରକ୍ଷା କରିବା ପାଇଁ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଇବା ଭଲ ବୋଲି ସେ ମତ ଦେଇଛନ୍ତି । ଏ ସମ୍ପର୍କରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଚିଠି ଲେଖିଥିବା ବିଧାୟକ ପ୍ରତାପ ସରନାଏକ ବହୁତ ବିଳମ୍ବ ହେବା ପୂର୍ବରୁ ବିଜେପି ସହ ହାତ ମିଳାଇବା ଭଳ ହେବ ବୋଲି ପରାମର୍ଶ ଦେଇଛନ୍ତି । ଆଗକୁ କର୍ପୋରେସନ ନିର୍ବାଚନ ଆସୁଥିôବାରୁ ପ୍ରତାପ ଏପରି କହିଛନ୍ତି । ଥାଣେର ଓଭାଲା-ମଜିୱାଡା ବିଧାନସଭା ଆସନରୁ ଜିତିଥିବା ପ୍ରତାପ କହିଛନ୍ତି, ବିଜେପି ଓ ଶିବସେନା ମଧ୍ୟରେ କୌଣସି ସମ୍ପର୍କ ନାହିଁ । କିନ୍ତୁ ଦୁଇ ଦଳର ନେତାମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ତେଣୁ ଏହାର ବ୍ୟବହାର ଆମକୁ ଠିକ ଭାବେ କରିବା ଦରକାର । ଅନେକ କେନ୍ଦ୍ରୀୟ ଏଜେନ୍ସି ମୋ ପଛରେ ପଡିଛନ୍ତି । କେବଳ ମୁଁ ଏକା ନୁହେଁ ଶିବସେନା ନେତା ଅନୀଲ ପାରବ ଓ ରବୀନ୍ଦ୍ର ୱାଇକରଙ୍କ ପଛରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସ ଗୁଡିକ ପଡିଛନ୍ତି ।

Leave A Reply

Your email address will not be published.

17 + sixteen =