ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ଦେଶରେ ୨ଦିନ ତଳକୁ ହ୍ରାସ ପାଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ୫୦ ହଜାର ୦୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୩୩,୧୮୩କୁ ବୃଦ୍ଧି ପାଇଛି । ସପ୍ତାହିକ ପଜିଟିଭ ହାର ୫% ରୁ କମ ରହିଥିବା ବେଳେ ଏବେ ଏହା ୨.୯୧% ରହିଛି । ଦୈନିକ ପଜିଟିଭ ହାର ୨.୮୨% ରହିଥିବା ବେଳେ ୨୦ ଦିନ ହେବ ଏହା ୫% ରୁ କମ ରହୁଥିବା ଦେଖାଯାଇଛି ।ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୫,୭୫୧ରେ ପହଞ୍ଚିଛି । ଦିନକରେ ଆଉ ୫୭,୯୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୨,୫୧,୦୨୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟହାର ୯୬.୭୫% । ୫,୮୬,୪୦୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୧.୯୪% ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ୩୨.୧୭ କୋଟି ଟିକା କରଣ ହୋଇଥିବା ବେଳେ ୨୪ ଘଣ୍ଟାରେ ୬୪.୨୫ ଲକ୍ଷ ଟିକା ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।