କାନାଡ଼ାରେ ଅଂଶୁଘାତ : ୨୦୦ରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ,: ଗତ ୪ ଦିନ ହେବ ତାପମାତ୍ରା ୪୯.୧ ଡିଗ୍ରି ରହିବା ଯୋଗୁଁ କାନାଡାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଉତ୍ତପ୍ତ ପରିସ୍ଥିତି ସହ ଝାଞ୍ଜି ପ୍ରବାହ ହେତୁ ଭାଙ୍କୋଭରରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଭଳି ଗ୍ରୀଷ୍ମପ୍ରବାହ ଯୁକ୍ତରାଷ୍ଟ୍ର ଆମେରିକାର ଭୂମଧ୍ୟ ସାଗରୀୟ ଉତ୍ତରପଶ୍ଚିମ ପର୍ଯ୍ୟନ୍ତ ବ୍ୟାପିଯାଇଛି ।
ଶୁକ୍ରବାରରୁ ସୋମବାର ଭିତରେ ବ୍ରିଟିସ୍ କଲମ୍ବିଆର ଏହି ପଶ୍ଚିମ ଉପକୂଳବର୍ତ୍ତୀ ପ୍ରଦେଶରେ ଅନ୍ୟୂନ ୨୩୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବାର ଅଛି ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.

6 − five =