ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତୀ ପି ଆର କୁମାରମଙ୍ଗଳମଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମଙ୍କୁ ହତ୍ୟା କରାଯାଇଛି । ନୂଆଦିଲ୍ଲୀର ବସନ୍ତ ବିହାର ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ଡକାୟତମାନେ କିଟ୍ଟିଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ଏହି ଘଟଣାରେ ଜଣକୁ ସନ୍ଦେହରେ ଅଟକ ରଖିଥିବାବେଳେ ଅନ୍ୟ ଦୁଇଜଣ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି ।ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପୁଲିସ ଉପାୟୁକ୍ତ ଆଇ ପି ସିଂ କହିଛନ୍ତି, ୬୭ ବର୍ଷ ବୟସ୍କା କିଟ୍ଟି କୁମାରମଙ୍ଗଳମ୍ଙ୍କୁ ଡକାୟତମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ଇତିମଧ୍ୟରେ ସନ୍ଦେହରେ ଜଣକୁ ଅଟକ ରଖିଛି । କିଟ୍ଟିଙ୍କର ଘରୋଇ ସହାୟିକା କହିଛନ୍ତି ଯେ ଲଣ୍ଡ୍ରିର ଜଣେ ଲୋକ କିଟ୍ଟିଙ୍କ ବାସଭବନକୁ ରାତି ପ୍ରାୟ ୮.୩୦ରେ ଆସିଥିଲେ ଏବଂ ପରେ ଘରକୁ ଆଉ ଦୁଇଜଣ ଆସିଥିଲେ । ସେ ଏହି ଅଭିଯୋଗ ମଧ୍ୟ କରିଛନ୍ତି ଯେ ସେମାନେ ତାଙ୍କୁ (ଘରୋଇ ସହାୟିକା)ଙ୍କୁ ବାନ୍ଧିଦେବା ପରେ କିଟ୍ଟିଙ୍କୁ ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ ପି ଆର କୁମାରମଙ୍ଗଳମ୍ ୧୯୮୪ରୁ ୧୯୯୬ ଏବଂ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସାଲେମ ଆସନରୁ ଲୋକସଭାକୁ ର୍ନିବାଚିତ ହୋଇଥିଲେ । ସେ ପି ଭି ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ୧୯୯୧ ଜୁଲାଇରୁ ୧୯୯୩ ଡିସେମ୍ବର ପର୍ଯ୍ୟନ୍ତ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରୀ ଥିଲେ ଏବଂ ବାଜପାୟୀଙ୍କ ସରକାରରେ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଶକ୍ତିମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.

twelve − 2 =