ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ,୬ ।୦୬(ଏଜେନ୍ସି): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୨ଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉପôାଦ, ବ୍ୟବସାୟ ବାଣିଜ୍ୟ ପ୍ରୋତ୍ସାହନ ଓ ସୁବିଧା ଅଧ୍ୟାଦେଶ ୨୦୨୦ ଏବଂ ମୂଲ୍ୟ ପ୍ରତିଶ୍ରୁତି ତଥା କୃଷି ସେବା ଉପରେ କୃଷକ ସଶକ୍ତିକରଣ ଓ ସୁରକ୍ଷା ରାଜିନାମା ଅଧ୍ୟାଦେଶ ୨୦୨୦ ।
କିଛିଦିନ ତଳେ ଏହି ଦୁଇଟି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା । ଏହି ଦୁଇଟି ଅଧ୍ୟାଦେଶ କୃଷକମାନଙ୍କ ସେମାନଙ୍କର କୃଷିଜାତ ସାମଗ୍ରୀ ବିକ୍ରୟ ପାଇଁ ମୁକ୍ତ ବ୍ୟବସାୟର ସୁବିଧା ପ୍ରଦାନ ସହିତ ନିଜ ପସନ୍ଦର କ୍ରେତା ଚୟନ କରିବାରେ ସହାୟକ ହେବ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ଅଧ୍ୟାଦେଶ ସମ୍ପର୍କରେ ସୂଚନା ଦେବା ସହ ଏହି ସଂସ୍କାରଗୁଡ଼ିକ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବା ଦିଗରେ ସହଯୋଗ କରିବାକୁ କହିଛନ୍ତି ।

Leave A Reply

Your email address will not be published.

20 − eight =