ଦିଲୀପ କୁମାର ଆଉ ନାହାନ୍ତି

ମୁମ୍ବାଇ: ବଲିଉଡର ଖ୍ୟାତନାମା ଚଳିଚତ୍ର ଅଭିନେତା ତଥା ବଲିଉଡର ଟ୍ରାଜେଡି କିଗଂ ଦିଲ୍ଲୀପ କୁମାର ଆଉ ନାହାନ୍ତି । ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।ପୂର୍ବରୁ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଗତ ୨୯ ତାରିଖରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍ ୩୦ ତାରିଖରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍ ଆଇସିୟୁରେ ରଖା ଯାଇଥିଲା । ଚିକିତ୍ସା କାଳରେ ତାଙ୍କ ପତ୍ନୀ ସାଇରା ବାନୁ ତାଙ୍କ ପାଖେପାଖେ ରହିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପ୍ରଶଂସକଙ୍କୁ ସୂଚନା ଦେଇ ଆସୁଥିଲେ । ଶେଷରେ ସେ ଆଜି ସକାଳ ୭.୩୦ ସମୟରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ରାଷ୍ଟ୍ରୀୟ ମର୍ଯ୍ୟଦା ସହକାରେ ଜୁହୁ ଶ୍ମଶାନ ଘାଟରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଦେଶର ସାଂସ୍କୁତିକ କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆନାଇଡୁଙ୍କ ସମେତ ବହୁ ମନ୍ତ୍ରୀ ବିଭିନ୍ନ ଦଳର ନେତା, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତିି । ସୂଚନା ଯୋଗ୍ୟଯେ, ଚଳିଚିତ୍ର କ୍ଷେତ୍ରରେ ୧୯୯୪ ମସିହାରେ ତାଙ୍କୁ ଦେଶର ସମ୍ମାନ ଜନକ ଦାଦା ସହେବ ଫାଲକେ ପୁରସ୍କାର ମିଳିଥିଲା ବେଳେ ୨୦୧୫ରେ ପଦ୍ମବିଭୁଷଣ ଉପାଧିରେ ସମ୍ମାନିତ କରାଯାଇଛି । ଆଜି ତାଙ୍କର ପରଲୋକ ଖବର ମିଳିବା ପରେ ତାଙ୍କ ବାସ ଭବନକୁ ଅଭିନେତା, ଅଭିନେତ୍ରୀ ଓ ସାଧାରଣଜନତାଙ୍କ ସୁଅ ଛୁଟିଥିଲା । ଦିଲୀପ କୁମାରଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ । ସେ ୧୧ ଡିସେମ୍ବର ୧୯୨୨ ରେ ଜନ୍ମଗ୍ରହଣ କରିଥିଲେ । ସେ ହିନ୍ଦି ସିନେମାରେ ପ୍ରଥମ ଖାନ ଭାବରେ ଜଣାଶୁଣା । ଦିଲୀପ କୁମା?ର ୧୯୪୪ ମସିହାରେ ବମ୍ବେ ଟକିଜ୍ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଜ୍ୱାର ଭଟ୍ଟା’ ଫିଲ୍ମରେ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ । ପ୍ରାୟ ପାଞ୍ଚ ଦଶନ୍ଧିର ଅଭିନୟ କ୍ୟାରିୟରରେ ୬୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ଦିଲୀପ କୁମା?ର ଅନ୍ଦାଜ (୧୯୪୯), ଆନ୍ (୧୯୫୨), ଦାଗ୍ (୧୯୫୨), ଦେବଦାସ (୧୯୫୫), ଆଜାଦ (୧୯୫୫), ମୋଗଲ-ଏ-ଆଜମ (୧୯୬୦), ଗଙ୍ଗା ଯମୁନା (୧୯୬୧), ରାମ ଅର ଶ୍ୟାମ ( ୧୯୬୭) ପରି ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି ।୧୯୭୬ ମସିହାରେ ଦିଲୀପ କୁମାର କାମରୁ ପାଞ୍ଚ ବର୍ଷର ବିରତି ନେଇଥିଲେ । ଏହା ପରେ ୧୯୮୧ ମସିହାରେ ସେ କ୍ରାନ୍ତି ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ୱୋ ଶକ୍ତି (୧୯୮୨), ମଶାଲ (୧୯୮୪), କରମା (୧୯୮୬), ସୌଦାଗର (୧୯୯୧) ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ ଯାହା ୧୯୯୮ ରେ ମୁକ୍ତିଲାଭ କରିଥିଲା ।

Leave A Reply

Your email address will not be published.

6 + 18 =