ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ଶିମଳା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହଙ୍କର ଆଜି ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ରାଜ୍ୟରେ ୩ଦିନିଆ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ ବୀରଭଦ୍ର ସିଂହ ୯ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଥିସହିତ ସେ ହିମାଚଳ ପ୍ରଦେଶର ଛଅ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ବୀରଭଦ୍ରଙ୍କ ପତ୍ନୀ ପ୍ରତିଭା ସିଂହ ଏବଂ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ରାଜନୀତିରେ ଅଛନ୍ତି । ପ୍ରତିଭା ସିଂହ ଜଣେ ପୂର୍ବତନ ସାଂସଦ ହୋଇଥିବାବେଳେ ବିକ୍ରମାଦିତ୍ୟ ସଂପ୍ରତି ଶିମଳା ଗ୍ରାମାଞ୍ଚଳ ଆସନରୁ ବିଧାୟକ ଅଛନ୍ତି । ବୀରଭଦ୍ର ସିଂହ ୧୯୮୩ ଏପ୍ରିଲ ୮ରୁ ୧୯୯୦ ମାର୍ଚ୍ଚ ୫, ୧୯୯୩ ଡିସେମ୍ବର ୩ରୁ ୧୯୯୮ ମାର୍ଚ୍ଚ ୨୩, ୨୦୦୩ ମାର୍ଚ୍ଚ ୬ରୁ ୨୦୦୭ ଡିସେମ୍ବର ୨୯ ଏବଂ ୨୦୧୨ ଡିସେମ୍ବର ୨୫ରୁ ୨୦୧୭ ଡିସେମ୍ବର ୨୬ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ।

Leave A Reply

Your email address will not be published.

thirteen + 17 =