ବିଜୟ ଧାରାରୁ ଭାରତୀୟ ହକିର ଅଭିଯାନ

ଟୋକିଓ ଅଲମ୍ପିକିରେ ଭାରତୀୟ ପୁରୁଷ ହକି ଟିମ୍ ଆଜି ନିଉଜଲ୍ୟାଣ୍ଡକୁ ୩-୨ ଗୋଲରେ ହରାଇ ବିଜୟ ଅଭିଜାନ ଆରମ୍ଭ କରିଛି । ହକିରେ ଭାରତୀୟ ଟିମ୍ ପ୍ରଥମରୁ ଭାରି ପଡି ୩-୧ ଗୋଲରେ ଆଗୁଆ ରହିଆସିଥିଲେ । ସେହିପରି
ଭାରତୀୟ ଶୁଟର ସୌରଭ ଚୌଧୁରୀ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍‌କୁ ଉନ୍ନୀତ ହୋଇ ପଦକ ଆଶା ଦେଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ସେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ଭଳି ସ୍କୋର କରି ଫାଇନାଲ୍‌କୁ ଯାଇଛନ୍ତି । ଅନ୍ୟପକ୍ଷରେ ଅଭିଷେକ ବର୍ମା ବିଫଳ ହୋଇଛନ୍ତି । ସେ ୯୪, ୯୬, ୯୮, ୯୭, ୯୮ ଓ ୯୨ ଭଳି ସ୍କୋର କରି ୧୭ତମ ସ୍ଥାନରେ ରହିଥିଲେ ।
ସେହିପରି ଟେବୁଲ୍ ଟେନିସ୍‌ର ମିକ୍ସଡ ଡବଲ୍ସ ରାଉଣ୍ଡ-୧୬ରେ ହାରି ଯାଇଛନ୍ତି ଭାରତୀୟ ଯୋଡ଼ି ଶରତ କମଳ ଓ ମାନିକ ବାତ୍ରା ହାରି ଯାଇଛନ୍ତି । ଜୁଡ଼ୋରେ ରାଉଣ୍ଡ ୩୨ରେ ୪୮ କେଜି ବର୍ଗରେ ସୁଶୀଳା ଦେବୀ ହାରି ଯାଇଛନ୍ତି । ମହିଳା ୧୦ ମିଟର ଏୟାର ରାଇଫଲରେ ଅପୂର୍ବୀ ଚାନ୍ଦେଲା ଓ ଏଲାଭେନିଲ ଭଲାରିଭାନ୍ ନିରାଶ କରିଛନ୍ତି । ସେମାନେ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ଆର୍ଚେରୀ ମିକ୍ସଡ୍ ଟିମ୍ ଇଭେଣ୍ଟ କ୍ୱାର୍ଟରରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.

three × three =