ସରକାରଙ୍କ ଉପରେ ପ୍ରିଣ୍ଟ ମିଡିଆର ବାକି ପଡ଼ିଛି ୧୪୭ କୋଟି

ନୂଆଦିଲ୍ଲୀ : ଦେଶର ପ୍ରିଣ୍ଟ ମିଡିଆକୁ ସରକାର ୧୪୭ କୋଟି ଟଙ୍କାର ବକେୟା ଦେବେ । ଆରଟିଆଇ ତଥ୍ୟ ଜରିଆରେ ଏହି ସୂଚନା ମିିଳିଛି । ଏହି ବକେୟା ବିଲ୍ ୨୦୦୪ ମସିହାରୁ ରହିଥିବା ଜଣେ ଆଇନ୍ ଛାତ୍ର ଅଙ୍କିତ ଗୌରବ ଆରଟିଆଇ ଜରିଆରେ ଜାଣିବାକୁ ପାଇଛନ୍ତି ।
ମୀରଟ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଆଇନ ଛାତ୍ର ଗୌରବ କହିଛନ୍ତି ଯେ ଅନେକ ଖବରକାଗଜ ଏବେ ବନ୍ଦ ହୋଇଯାଉଛି । ଏପରି ବନ୍ଦ ହେବାର କାରଣ କ’ଣ ହୋଇପାରେ ବୋଲି ସେ ଚିନ୍ତା କରିଥିଲେ । ସେଥିପାଇଁ ଆରଟିଆଇ ଜରିଆରେ ଏପରି ଏକ ଆବେଦନ କରିଥିଲେ ।
ଗୌରବ କହିଛନ୍ତି ଯେ ଜଣେ ପାଠକ ଭାବରେ ସେ ଅନୁଭବ କରୁଛନ୍ତି ଯେ କୌଣସି ଖବରକାଗଜ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ଅର୍ଥାଭାବ । ଯେହେତୁ ସରକାରୀ ବିଜ୍ଞାପନଗୁଡ଼ିକ ସେମାନଙ୍କ ଆୟର ଏକ ପ୍ରମୁଖ ଅଂଶ, ତେଣୁ ସେ ଜାଣିବାକୁ ଚାହିଁଥିଲେ ଯେ ସରକାର ତାଙ୍କର ବିଜ୍ଞାପନ ପ୍ରକାଶନ ପାଇଁ ଠିକ୍ ସମୟରେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଦେୟ ଦେଉଛନ୍ତି କି ନାହିଁ ଏବଂ କେଉଁ ମନ୍ତ୍ରାଳୟର କେତେ ବକେୟା ବିଲ୍ ଅଛି ତେଣୁ ଆରଟିଆଇରେ ଆବେଦନ କରିଥିଲେ । ଆଉଏଥିରୁ ସେ ଜାଣିବାକୁ ପାଇଥିଲେ ଯେ ୧୭ ବର୍ଷ ହେଲା ସରକାର ଅନେକ ବିଜ୍ଞାପନ ଦେୟ ଦେଇ ନାହାନ୍ତି । ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରାଳୟ ବାକି ରଖିଛି । ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରିଣ୍ଟ ମିଡିଆକୁ ସର୍ବାଧିକ ଟଙ୍କା ଦେବ ବୋଲି ଜଣାପଡ଼ିଛି । ପ୍ରିଣ୍ଟ୍ ମିଡ଼ିଆ ପାଇଁ ଏହାର ମୋଟ୍ ୧୨,୨୭୧,୧୬ଟି ବିଲ୍ ବାକି ରହିଛି, ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ସେହିପରି ଅର୍ଥ ମନ୍ତ୍ରାଳୟ ୧୩ କୋଟି ଟଙ୍କାର ବିଜ୍ଞାପନ ବକେୟା ରଖିଛି । ୨୦୨୧ ଜୁନ୍ ୨୧ ସୁଦ୍ଧା ଏହି ବକେୟା ରହିଛି । ଅନ୍ୟପକ୍ଷରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକର ବିଜ୍ଞାପନ ବାବଦରେ କେତୋଟି ବିଲ୍ ବାକି ରହିଛି ଓ ବିଲ୍‌ର ତାରିଖ ସମ୍ବନ୍ଧରେ କିଛି ରେକର୍ଡ ରଖାଯାଇ ନାହିଁ । ହେଲେ ୬୭ କୋଟିରୁ ଅଧିକ ଟଙ୍କା ବକେୟା ରହିଛି । ସୂଚନାଯୋଗ୍ୟ, ୨୦୨୦-୨୧ରେ କେନ୍ଦ୍ର ସରକାର ବିଜ୍ଞାପନ ବାବଦରେ ମୋଟ୍ ୧୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ । ହେଲେ ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଡିଏଭିପି ୱେବସାଇଟରେ ଏହି ସୂଚନା ଉପଲବ୍ଧ ରହିଛି । ବିଜ୍ଞାପନ ବାବଦକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଡିଏଭିପିକୁ ଅର୍ଥ ଦିଅନ୍ତି । ପରେ ଏହି ଟଙ୍କାକୁ ଡିଏଭିପି ମିଡିଆ ସଂସ୍ଥା ଗୁଡ଼ିକୁ ପ୍ରଦାନ କରିଥାଏ ।

Leave A Reply

Your email address will not be published.

four + 19 =