ତ୍ରିପୁରାରେ ଆତଙ୍କି ଆକ୍ରମଣ; ୨ ବିଏସଏଫ ଯବାନ ମୃତ

ତ୍ରିପୁରା: ତ୍ରିପୁରାର ଧଲାଇ ଜିଲାରେ ଆତଙ୍କି ଆକ୍ରମଣରେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଦୁଇଜଣ ଯବାନଙ୍କର ପ୍ରାଣ ହାନି ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ସବ୍‌ଇନ୍ସପେକ୍ଟର ଥିବା ଜଣାଯାଇଛି । ବେଆଇନ ଘୋଷିତ ଏନଏଲଏଫଟି ଆତଙ୍କିମାନେ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜଣାଯାଇଛି । ଏଥିସହିତ ଆତଙ୍କିମାନେ ନିହତ ବିଏସଏଫ ଯବାନଙ୍କର ଅସ୍ତ୍ରଶସ୍ତ୍ର ନେଇ ପଳାଇଯାଇଥିବା ବିଏସଏଫ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ ଆତଙ୍କିଙ୍କୁ ଖୋଜିବା ଅଭିଯାନ ଜୋରଦାର କରାଯାଇଛି ।

Leave A Reply

Your email address will not be published.

eight + 18 =