ପୁରୁଣା ମୁଦ୍ରା, ନୋଟ କିଣା ବିକା ନେଇ ସତର୍କ କରାଇଲା ରିଜର୍ଭ ବ୍ୟାଙ୍କ

ମୁମ୍ବଇ: କିଛି ଅସାଧୁ ଲୋକ ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋଗୋ ଏବଂ ନାମକୁ ବ୍ୟବହାର କରି ଅନ୍‌?ଲାଇନ ଓ ଅଫଲାଇନରେ ପୁରୁଣା ବ୍ୟାଙ୍କ ନୋଟ ଓ ମୁଦ୍ରା ବିକ୍ରି କରିବା ବିଷୟ ପ୍ରଚାର କରୁଛନ୍ତି । ସେଥିପାଇଁ ସେମାନେ ଜନସାଧାରଣଙ୍କ ନିକଟରୁ ନିର୍ଦ୍ଦିଷ୍ଟ ଦେୟ / କମିଶନ / ଟିକସ ଆକାରରେ ଅର୍ଥ ଦାବି କରୁଛନ୍ତି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି କିଛି କାର୍ଯ୍ୟକ୍ରମ କରୁନାହିଁ କିମ୍ବା ଏଥିସହିତ ସଂପୃକ୍ତ ନୁହେଁ । ଏହା ମଧ୍ୟ ଏଭଳି କାରବାର ପାଇଁ ଅର୍ଥ ଦାବି କରୁନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଏଥିସହିତ ଆରବିଆଇ ଏଭଳି କାର୍ଯ୍ୟ କରିବାକୁ କାହାକୁ କ୍ଷମତା ବା ସ୍ୱୀକୃତି ଦେଇନଥିବା ମଧ୍ୟ ସ୍ପଷ୍ଟ କରିଛି । ରିଜର୍ଭ ବ୍ୟାଙ୍କ ଏହିଭଳି କାରବାର କାରବାର କରେନାହିଁ ବୋଲି କହିବା ସହିତ ଜନସାଧାରଣ ଏଭଳି ଅସାଧୁ ଲୋକଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି । ଅସାଧୁ ଲୋକମାନେ ଆରବିଆଇ ନାମ ଓ ଲୋଗେ ବ୍ୟବହାର କରି ଜନସାଧାରଣଙ୍କୁ ଠକି ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରୁଥିବା ଆରବିଆଇ କହିଛି । ଜନସାଧରଣ ସେମାନଙ୍କର ଶିକାର ନହେବାକୁ ରିଜର୍ଭ ବ୍ୟାଙ୍କ କହିଛି ।

Leave A Reply

Your email address will not be published.

10 − ten =