ଲକଡାଉନ ନିୟମ ଉଲ୍ଲଂଘନ ମାମଲା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ:  ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅଧୀନରେ ପ୍ରବାସୀମାନଙ୍କ ବିରୋଧରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ରୁଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।  କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ସୁବ୍ୟବସ୍ଥିତ ପଦ୍ଧତିରେ ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବା ଲାଗି ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରୋଜଗାର ରିଲିଫ୍ ମ୍ୟାପ୍ ଏବଂ ସ୍କିଲ୍ ମ୍ୟାପିଙ୍ଗ୍ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ, ଶ୍ରମିକ ଟ୍ରେନର ଚାହିଦା ହେଲେ ରେଲୱେ ୨୪ ଘଣ୍ଟା ମଧ୍ୟରେ ଟ୍ରେନ୍ ଯୋଗାଇବ। 

Leave A Reply

Your email address will not be published.

6 − three =