୧୦ ରାଜ୍ୟର ୩୮ ଜିଲାରେ କରୋନା ସର୍ବେକ୍ଷଣ

ନୂଆଦିଲ୍ଲୀ: ଦେଶରେ ୧୦ ରାଜ୍ୟର ୩୮ ଜିଲାରେ ପୌରପାଳିକା ପକ୍ଷରୁ ଘରକୁ ଘର ବୁଲି ସର୍ବେକ୍ଷଣ କରିବା ପାଇଁ କେନ୍ଦ୍ର ସରକାର ଗୃ​‌ହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। କରୋନା ଆକ୍ରାନ୍ତ ଯୋଗୁ ମୃତ୍ୟୁହାର ହ୍ରାସ କରିବା ପାଇଁ ତତ୍କାଳ କରୋନା ପରୀକ୍ଷା ସାଙ୍ଗକୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଏବଂ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଦେଶର ୪୫ଟି ମହାନଗର ନିଗମର ଜିଲାପାଳ, ପୌରପାଳିକା ଆୟୁକ୍ତ, ଜିଲାମୁଖ୍ୟଚିକିତ୍ସାଧିକାରୀ ଏବଂ ମେଡ଼ିକାଲ୍‌ କଲେଜ ଅଧ୍ୟକ୍ଷଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତୀ ସୁଦାନଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ହରିୟାଣା, ଗୁଜରାଟ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶର ୩୮ଟି ଜିଲାରେ ଘରକୁ ଘର ବୁଲି ସର୍ବେକ୍ଷଣ କରାଯବା ନେଇ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.

seven − 4 =