ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସିଲେ କଳାହାଣ୍ଡି ଛାତ୍ରଛାତ୍ରୀ

ଭବାନୀପାଟଣା : ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପରେ ‘ଜି ୨୦ ୟୁନିଭର୍ସିଟି କନେକ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଅଧ୍ୟାପକ ଡ. ଜୟଦେବ ସାହୁଙ୍କ ସମେତ ଛାତ୍ର ସତ୍ୟବ୍ରତ, ଶୁଭମ୍ ଏବଂ ଛାତ୍ରୀ ଶୁଭଶ୍ରୀ ଓ ସ୍ପର୍ଶ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ‌ବୋଧନ ଦେଇଥିଲେ। ଏହି ଅବସରରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଉକ୍ତ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସିବାର ସୁଯୋଗ ପାଇଥିଲେ I ବିଭିନ୍ନ ଗଣମାଧ୍ୟମରେ ଏହାର ଫଟୋ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଆମ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନିକଟରେ ବସିବା ଏକ ଗୌରବର ବିଷୟ ବୋଲି କୁହଯାଉଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Leave A Reply

Your email address will not be published.

1 × 1 =