ଭାରତୀୟ ଷ୍ଟେଟ ବ୍ୟାଙ୍କ- ମାଲକାନଗିରି ମୁଖ୍ୟ ଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ

ମାଲକାନଗିରି : ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ  ମୁଖ୍ୟ ଅତିଥି ଜିଲ୍ଲାପାଳ ମାଲକାନଗିରି ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜସିରକେ ଙ୍କ ଦ୍ଵାରା ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ package କରିଥିବା ନିମ୍ନ ଲିଖିତ 5 ପୋଲିସ କର୍ମଚାରୀଙ୍କ ବିଭିନ୍ନ କାରଣ ଜନିତ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କୁ 10 ଲକ୍ଷ ଟଙ୍କା  ଲେଖାଁ ପ୍ରତେକ ହିତାଧିକାରୀ ଙ୍କୁ cheque ପ୍ରଦାନ କରାଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଷ୍ଟେଟ ବ୍ୟାଙ୍କ ର ଜଇପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗଦାନ କରି ମାଲକାନଗିରି ଶାଖା ର ଏହିଭଳି ଜନହିତ କାରୀ କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ରୂପେ ବେଦବର ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରାବୁ , ଅନାମ ଲାକ୍ରା DSP, ମାଲକାନଗିରି ବ୍ରାଞ୍ଚ ମୁଖ୍ୟ ପରିଚାଳକ ବିନୋଦ କୁମାର ବିଶୋଇ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଳ କରାଇଥିଲେ।
ମାଲକାନଗିରି ମହା ବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡ. ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ  । ଉପ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ, କ୍ଷେତ୍ର ଅଧିକାରୀ ସୌମ୍ୟରଂଜନ ବେହେରା କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ । ସେହିପରି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ H ଙ୍କ ଦ୍ଵାରା ନିମ୍ନୋଲିଖିତ ହିତାଧିକାରୀ ଙ୍କୁ ବୀମା ରାଶି ପ୍ରଦାନ କରାଯାଇଛି ।  1. Rashmi ରେଖା ମାଝୀ (ସ୍ବର୍ଗତ ସ୍ୱାମୀ ଅକ୍ଷୟ କୁମାର ନାୟକ ) 2. ସମରି ବୁରୁଡ଼ା (ସ୍ବର୍ଗତ ସ୍ୱାମୀ ରାମସିଂ ବୁରୁଡ଼ା) 3. ଅମିତା କୁମାରୀ ପଟ୍ଟନାୟକ (ସ୍ବର୍ଗତ ସ୍ୱାମୀ ବୁଲୁ ପଟ୍ଟନାୟକ) 4. ଦମୁ କୁରାମି (ସ୍ବର୍ଗତ ସ୍ୱାମୀ ଅର୍ଜୁନ ଚନ୍ଦ୍ର କୁରାମି) 5. ରଶ୍ମିତା ଦୋରା (ସ୍ବର୍ଗତ ସ୍ୱାମୀ ରଞ୍ଜନ ହନ୍ତଳା ଚତୁର୍ଥ ବାଟାଲିୟନ ) । ସେହିପରି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ମୃତ୍ୟୁ ଜନିତ ସାହାଯ୍ୟ ରାଶି 2 ଲକ୍ଷ ବୀମା ରାଶି ନିମ୍ନୋଲିଖିତ ଉତ୍ତୋରାଧିକାରୀ ଙ୍କୁ ପ୍ରଦାନ କରାଯାଇଛି । 1.ଦେବ ପଡିଆମୀ (ସ୍ବର୍ଗତ ସ୍ତ୍ରୀ ମୁକେ ପଡିଆମୀ) 2. ମୁକା ମାଡକାମୀ (ସ୍ବର୍ଗତ ସ୍ତ୍ରୀ ପାଣ୍ଡ୍ରି ମାଡକାମୀ) 3. ଝରଣା ଦୁର୍ଗା (ସ୍ବର୍ଗତ ମାତା ରୁକ୍ମଣୀ ଦୁର୍ଗା) ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ package ରେ ଖାତା ଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 1 କୋଟି 10 ଲକ୍ଷ ଏବଂ ସାଧାରଣ ମୃତ୍ୟୁ ପାଇଁ 10 ଲକ୍ଷ୍ ବୀମା ରାଶି ପ୍ରଦାନ କରାଯାଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏହିଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହାଲରେ ଭୁୟସୀ ପଶଂସା କରାଯାଇଛି ।

Leave A Reply

Your email address will not be published.

three × 2 =