ମୁମ୍ବାଇ: ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ୧୯୪୦ ଦଶକରେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ରାଇଜି ମୁମ୍ବାଇ ଓ ବରୋଦାରେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ। ଦଶନ୍ଧିର କ୍ୟାରିଅର୍ ମଧ୍ୟରେ ୬୮ଟି ବଲ୍ ଖେଳି ୨୭୭ ରନ୍ କରି ସେ ରେକର୍ଡ କରିଥିଲେ।