ଗଲୱାନ ଘାଟିର ବିବାଦୀୟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଚୀନ

ନୂଆଦିଲ୍ଲୀ:  ଗଲୱାନ ଭ୍ୟାଲିରେ ଚୀନର ଏକାଧିକ ଯାନବାହନ ଚଳାଚଳ କରୁଥିବା ନୂଆ ସାଟେଲାଇଟ ଫଟୋରେ ଦେଖିବାକୁ ମିଳିଛି। ଚୀନ ସୈନ୍ୟଙ୍କୁ ଏହି ଯାନରେ ନେବା ଆଣିବା କରାଯାଉଛି। ଏହା ସହିତ ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ଯନ୍ତ୍ରାଂଶ ଏବଂ ଉପକରଣ ପରିବହନ କରାଯାଉଛି। ପିଏଲଏ ସୈନିକମାନଙ୍କ ଲାଗି ଟେଣ୍ଟ ନିର୍ମାଣ ମଧ୍ୟ ଚାଲିଛି। ଉତ୍ତେଜନା ପରିସ୍ଥିତି ହ୍ରାସ କରିବା ଲାଗି ସାମରିକ ସ୍ତରରେ ଆଲୋଚନା ଜାରି ରହିଥିବାବେଳେ ଚୀନର ଏଭଳି କାର୍ଯ୍ୟ ଭିନ୍ନ କଥା କହୁଛି।

ଗତକାଲି ଭାରତ ଏବଂ ଚୀନ ମଧ୍ୟରେ ପ୍ରଥମ ମେଜର ଜେନେରାଲ ସ୍ତରୀୟ ବୈଠକ ଅନୁ​ଷ୍ଠିତ ହୋଇଥିଲା। ଚୀନ ଭାରତ ସହିତ କୌଣସି ବିବାଦ ଚାହୁଁନାହିଁ ବୋଲି ଚୀନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବୈଠକରେ କୌଣସି ନିଷ୍କର୍ଶ ବାହାରିପାରି ନ ଥିଲା। ଗୁରୁବାର ୨ୟ ଥର ଲାଗି ମେଜର ଜେନେରାଲ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.

seventeen + 8 =