ଏଲଏସି ଯିବାକୁ ଚାହୁଁଛନ୍ତି କାରଗିଲ୍ ‌ବୀର

ଲେହ: ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସୈନ୍ୟଙ୍କ ମୁକାବିଲା ଲାଗି ଏଲଏସି ଯିବାକୁ ଚାହୁଁଛନ୍ତି କାରଗିଲ୍ ‌ବୀର। କାର୍ଗିଲ ଯୁଦ୍ଧରେ ଭାଗ ନେଇଥିବା ପୂର୍ବତନ ସୈନିକଙ୍କ ମଧ୍ୟରେ ଚୀନକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି। ସରକାର ସେମାନଙ୍କୁ ଏଲଏସି ଯିବାକୁ ସୁଯୋଗ ଦିଅନ୍ତୁ ବୋଲି କହିଛନ୍ତି କାରଗିଲ ଯୁଦ୍ଧରେ ବରଫ ପାହାଡ଼ ଉପରେ ଚଢ଼ି ପାକିସ୍ତାନୀ ସୈନିକଙ୍କୁ ମୁହଁତୋଡ ଜବାବ ଦେଇଥିବା ଅନରାରୀ କ୍ୟାପ୍‌ଟେନ ତାଶୀ ଛେପାଲ। କାରଗିଲ ଯୁଦ୍ଧରେ ବୀରତ୍ଵ ପାଇଁ ତାଶୀଙ୍କୁ ବୀର ଚକ୍ର ସମ୍ମାନ ମିଳିଥିଲା।

ଭାରତୀୟ ସୈନିକ ଲଦାଖରେ ଶହୀଦ ହେବା ପରେ ତାଙ୍କ ଭଳି ଅନେକ ପୂର୍ବତନ ସୈନିକଙ୍କ ରକ୍ତ ଗରମ ହୋଇଯାଇଛି। ସେମାନେ ସରକାରଙ୍କୁ ନିଜର ସ୍ଵେଚ୍ଛାକୃତ ସେବା ପ୍ରଦାନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ସାମ୍ନାରେ ରହି ଗୁଳି ଚଳାଇବା, ଗ୍ରେନେଡ ଫିଙ୍ଗିବା, ପୋର୍ଟର କରିବା ପାଇଁ ପ୍ରସ୍ତୁତ ଥିବା ତାଶୀ କହିଛନ୍ତି।

ଅନ୍ୟ ଜଣେ ବୟସ୍କ ପୂର୍ବତନ ସୈନିକ ରିଗ୍‌ଜିନ କହିଛନ୍ତି, କାରଗିଲ ଯୁଦ୍ଧ ସମୟରେ ସେ ପୋର୍ଟର କାମ କରିଥିଲେ। ୨୦ କିଲୋ ଓଜନର ଗୋଳାବାରୁଦ ଧରି ପାହାଡ଼ ପରେ ପାହାଡ଼ ଚଢ଼ିଥିଲେ। ସେ ଲଦାଖର ବାସିନ୍ଦା ହୋଇଥିବାରୁ ତାଙ୍କ ପାଖରେ ଆଜିବି ସେହି ଆବେଗ ଏବଂ ଉତ୍ସାହ ରହିଛି। ସେମାନେ ଚୀନର ସାମ୍ନା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ

Leave A Reply

Your email address will not be published.

four × two =