ପୁରୁଣା ଡିହି ଗାଁ ରାସ୍ତାକୁ ଭଗବାନ ଭରସା

ଯୋଡା,୨୨.୬ (ନି.ପ୍ର.): ସବୁ ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏଠାକୁ ପହଂଚି ପାରୁନାହିଁ ଯୋଜନା , ଫଳରେ ଆଣ୍ଠୁଏ କାଦୁଅ ରେ ନାହିଁ ନ ଥିବା ହିନସ୍ଥା ହେଉଛନ୍ତି ଗ୍ରାମବାସୀ । ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି,ରତ୍ନ ଗର୍ଭା କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବଡ କାଳିମାଟି ପଂଚାୟତର ଥିବା ପୁରୁଣା ଡିହି ଗ୍ରାମରେ ପଂଚାୟତ ଅଫିସ ଠାରୁ ଆରମ୍ଭ କରି ପୂର୍ବତନ ବାହୁବଳୀ ବିଧାୟକ ସନାତନ ମହାକୁଡ ଏବଂ ଚମ୍ଫୁଆ ନିର୍ବାଚନ ମଣ୍ଡଳୀ ବିଧାୟୀକା ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସୁଧାର ଆସିପାରି ନାହିଁ, ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୁରୁଣା ଡିହି ଗ୍ରାମର ରୁ ମାତ୍ର ୨ ଶହ ମିଟର ଦୂରରେ ଅବସ୍ଥିତ ଏସାର ଷ୍ଟିଲ ପ୍ଲାଂଟ କମ୍ଫାନୀ ଜମି ଅଧି ଗ୍ରହଣ ବେଳେ ରାସ୍ତା ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଳି ଅନେକ ପ୍ରତିଶ୍ରୁତି ଦେଇ ଶାଗ ମାଛ ଦରରେ ଲୋକଙ୍କ ଠାରୁ ଜମିକୁ ନେଇଗଲା । ଏବେ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା ଏସାର କମ୍ଫାନୀ ପୁରୁଣା ଡିହି ଗ୍ରାମର ଅଧା ରାସ୍ତାକୁ କାହିିଁକି କରୁନାହିଁ, ତାହା କିଛି ଜଣାପଡୁନାହିଁ । ଏଇ ୨ ମାସ ହେବ ରାସ୍ତା ବନେଇବା ବାହାନାରେ ପଂଚାୟତ ତରଫରୁ ବିଲ ମାଟିକୁ ରାସ୍ତା ପକାଇ ଦେବା ହେତୁ ଏବେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାର କଣ ପକ୍କା ରାସ୍ତା ରୁ ଏବେ ବିଲ ମାଟିରେ ରାସ୍ତା ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି କି ପ୍ରଶାସନ ଙ୍କୁ ? ଏବେ ବର୍ଷାର ମାତ୍ରା ବୃଦ୍ଧି ଯୋଗୁଁ ରାସ୍ତା ରେ ପକାଯାଇଥିବା ବିଲମାଟି ଦହି ସଦୃଶ ହୋଇ ଆଣ୍ଠୁଏ କାଦୁଅରେ ହିନସ୍ଥା ହେଉଛନ୍ତି ଗ୍ରାମବାସୀ ।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ସମ୍ଭବ ରାସ୍ତା ଟିକୁ ମରାମତି ନ କରାଇଲେ , ବାଧ୍ୟ ହୋଇ କୋଭିଡ ୧୯ କଟକଣା ଜାରି ଥିଲେ ମଧ୍ୟ ଦୂରତା ଅବଲମ୍ବନ କରି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଗଣଧାରଣା ଦେବାକୁ ଗ୍ରାମର ଆନନ୍ଦ ଚନ୍ଦ୍ର ସଡଙ୍ଗି , ମଦନମୋହନ ବେହେରା , ହେମଲତା ଆପଟ୍ଟ , ସୁରେକ୍ଷା ବେହେରା , ସୁଲଚନା ଗିରି , ଦିଲିପ ବେହେରା ,ମାନେ ନିଷ୍ପତି ନେଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

6 + 14 =