ହୋମ ୱାର୍କ ଚାପରେ ଜୀବନ ହାରିଲେ ଛାତ୍ରୀ

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଜଣେ ୧୨ ବର୍ଷୀୟ ଛାତ୍ରୀ ଖୁସି ଅନଲାଇନ କ୍ଲାସ ଓ ହୋମୱାର୍କର ଚାପ ସହି ନପାରି ଆତ୍ମହତ୍ୟା କରିଛନ୍ତି । ଖୁସିର ମା ତାଙ୍କୁ ହୋମୱାର୍କ ଶେଷ କରିବା ପାଇଁ କହିଥିଲେ । କିନ୍ତୁ ଖୁସି କିଛି ସମୟ ପାଇଁ ନିଜ ରୁମ କୁ ଯିବାକୁ ଚାହିଁଥିଲେ । ଦୀର୍ଘ ସମୟ ପରେ ଖୁସି ରୁମରୁ ନ ଫେରିବାରୁ ମା ତାଙ୍କ ରୁମକୁ ଯାଇଥିଲେ । ସେତେବେଳେକୁ ଖୁସି ଫ୍ୟାନରେ ଫାସୀ ଲଗାଇ ଜୀବନ ହାରି ସାରିଥିଲେ । ଲକଡ଼ାଉନ ଯୋଗୁଁ ପିଲାମାନଙ୍କୁ ଘରେ ରହି ଅନଲାଇନରେ ପାଠ ପଢିବାକୁ ପଡ଼ୁଛି । ଯାହାଦ୍ୱାରା ପିଲାମାନେ ସାଙ୍ଗସାଥି ମାନଙ୍କ ସହ ମିଶି ପାରୁ ନାହାନ୍ତି । ଏହାଦ୍ୱାରା ସେମାନେ ବିଭିନ୍ନ ମାନସିକ ଚାପର ଶିକାର ହେଉଥିବା ମନସ୍ତତ୍ୱବିତ୍ ମାନେ କହିଛନ୍ତି ।

Leave A Reply

Your email address will not be published.

sixteen − 12 =