ସାମ୍ବାଦିକଙ୍କୁ ମାରଣାତ୍ମକ ଆକ୍ରମଣ

ଚମ୍ପୁଆ(ନି. ପ୍ର)- ସ୍ଥାନୀୟ ଅଞ୍ଚଳର ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ଗତକାଲି ସନ୍ଧ୍ୟାରେ ମାରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ ଚମ୍ପୁଆ ବ୍ଲକ ବ୍ରହ୍ମପୁର କରଞିଆ ଅଞ୍ଚଳର କାର୍ଯ୍ୟରତ ପ୍ରମେୟ ସାମ୍ବାଦିକ ବିଧୁଭୁଷଣ ପତି ସଂଧ୍ୟା ପରେ ଗରକୁ ଫେରିବା ବାଟରେ ଦୁଇଜଣ ଅଜଣା ଯୁବକ ରାସ୍ତାରେ ଅଟକାଇ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ହାତର ଗୋଟିଏ ଆଙ୍ଗୁଠି ମଧ୍ୟ ଭାଙ୍ଗି ଯାଇଛି । ଦୁର୍ବୁତମାନେ ହେଲମେଟ ପିନ୍ଧି ସଧ୍ୟାସମୟରେ ଏକୁଟିଆ ପାଇ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ସାମ୍ବାଦିକ ଜଣକୁ ତୁରନ୍ତ ଚମ୍ପୁଆ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି । ଏବାବଦରେ ଚମ୍ପୁଆ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଉପରେ ବାରମ୍ବାର ଏପରି ଘଟଣାକୁ ଚମ୍ପୁଆ ସାମ୍ବାଦିକ ସଂଘ ତରଫରୁ ଦୃଢ ନିନ୍ଦା କରାଯାଇଛି । ଏବାବଦରେ ଆଜି ଜିଲ୍ଲାପାଳ ଓ ଏସିପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ସାମ୍ବାଦିକ ମାନଙ୍କର ସୁରକ୍ଷା ଓ ନିରାପତା ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

three + 15 =