ବଳରାମପୁର : ଭାରତ – ଚୀନ ସୀମାନ୍ତରେ ଚାଲିଥିବା ସଡ଼କ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବାକୁ ଯାଇଥିବା “ଭାରତୀୟ ଇଞ୍ଜିନିୟରିଂ ସେବା”ଅଫିସର ସୁଭାନ ଅଲ୍ଲୀ ନିଖୋଜ । ସୁଭାନଙ୍କ ‘ଜିପ୍ ସି’ ଗାଡ଼ି ନିୟନ୍ତ୍ରଣ ହରାଇ ପାଂଚ ହଜାର ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିବା ସ୍ଥଳେ ସୁଭାନଙ୍କର କୈାଣସି ପତା ମିଳୁନାହିଁ । ଅଫିସରଙ୍କ ସନ୍ଧାନ ପାଇଁ ସେନାର ହେଲିକପ୍ଟର ଉକ୍ତ ଅଂଚଳରେ ପଇଁତରା ମାରୁଛି ।
ସୁଭାନ ହେଉଛନ୍ତି ଉତରପ୍ରଦଶ ବଳରାମପୁର ଜିଲ୍ଲା ଅନ୍ତର୍ଗତ ଜୟନଗର ଗ୍ରାମର ରମଜାନ ଅଲୀଙ୍କ ପୁତ୍ର । ସୁଭାନଙ୍କ ବିବାହ ତାରିଖ ଜୁଲାଇ ମାସରେ ଧାର୍ଯ୍ୟ ହୋଇଥିଲା । ସୁଭାନ ପ୍ରତେକ ଦିନ ନିଜ ପରିବାର ଲୋକଙ୍କ ସହ ଭିଡ଼ିଓ କଲ ମାଧ୍ୟମରେ କଥା ହୋଇଥାନ୍ତି । ସୋମବାର ସୁଭାନଙ୍କ କଲ ନଆସିବାରୁ ତାଙ୍କ ଭାଇ ସିନିୟର ଅଫିସରଙ୍କୁ କଲ କରି ଘଟଣା ସଂମ୍ପର୍କରେ ଅବଗତ ହୋଇଥିଲେ । ସୁଭାନ ଛଅ ମାସ ତଳେ ୟୁପିଏସ୍ସିର ଆଇ ଇଏସ୍ ପରୀକ୍ଷାରେ ୨୪ତମ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଥିଲେ ।